ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ଦୁଇ କୋରୋନା ଯୋଦ୍ଧାଙ୍କ ପରିବାରଙ୍କୁ ଦିଆଗଲା ୫୦ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା । କୋଭିଡ-୧୯ ଯୁଦ୍ଧରେ ସଂଗ୍ରାମ କରି ଶହୀଦ ହୋଇଥିବା ଜିଲ୍ଲାର ଦୁଇ ଜଣ ପୋଲିସ କର୍ମଚାରୀଙ୍କ ପରିବାରଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।
ବ୍ରହ୍ମପୁର ସହରର ଟ୍ରାଫିକ ପୋଲିସ ଥାନାର କାର୍ଯ୍ୟରତ ଏ.ଏସ୍.ଆଇ କୃଷ୍ଣ ଚରଣ ମଣ୍ଡଳ ଏବଂ ବଡବଜାର ଥାନାରେ କାର୍ଯ୍ୟରତ କନେଷ୍ଟବଲ ଜିତେନ୍ଦ୍ର ପ୍ରଧାନ ମୃତ୍ୟୁ ଘଟିଥିଲା । ତେବେ ରାଜ୍ୟ ସରକାର ଘୋଷଣା ଅନୁଯାୟୀ ଏହି ମୃତକଙ୍କ ପରିବାରଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ରାଶି ମିଳିଛି । ବ୍ରହ୍ମପୁର ସ୍ଥିତ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆରକ୍ଷୀ ଅଧିକ୍ଷକ ପିନାକ୍ ମିଶ୍ରଙ୍କ ଉପସ୍ଥିତିରେ କୋଭିଡ୍ ଯୋଦ୍ଧାଙ୍କ ପରିବାର ବର୍ଗଙ୍କୁ ଏହି ସହାୟତା ରାଶି ଦିଆଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ