ବ୍ରହ୍ମପୁର: କୋଭିଡ କଟକଣା ମଧ୍ୟରେ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ତଥା ବଡଦିନ । ସହରରେ ପ୍ରମୁଖ ଚର୍ଚ୍ଚରେ ଏନେଇ ସୀମିତ ସଂଖ୍ୟାରେ ପ୍ରାର୍ଥନା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ଖ୍ରୀଷ୍ଟଧର୍ମାବଲମ୍ୱୀମାନେ ବିଭିନ୍ନ ଗୀର୍ଜାଗୃହରେ ସମସ୍ତେ ଏକତ୍ରିତ ହେବା ସହିତ ଶିଶୁଙ୍କୁ ଏହି ଅବସରରେ କେକ୍ ବଣ୍ଟନ କରାଯାଇଥିଲା ।
ଅପରାହ୍ନରେ ପ୍ରଭୁ ଯୀଶୁ ଜନ୍ମ ହୋଇଥିବା ଗାଈ ଗୁହାଳ ଠାରୁ ଆରମ୍ଭ କରି ବିଭିନ୍ନ ସାଜ୍ଜସଜ୍ଜାକୁ ଦେଖିବା ସହିତ ସେଲଫି ଉଠାଇବା ପାଇଁ ଯୁବବର୍ଗଙ୍କ ମଧ୍ୟରେ ବେଶ୍ ଆଗ୍ରହ ହୋଇଥିବା ଦେଖିବାକୁ ମିଳିଥିଲା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ