ETV Bharat / city

ଛତ୍ରପୁର ଉପଖଣ୍ଡ ସ୍ତରୀୟ ସଡ଼କ ସୁରକ୍ଷା ବୈଠକ - ବ୍ରହ୍ମପୁର ଖବର

ଗଞ୍ଜାମ ଜିଲ୍ଲାର ଛତ୍ରପୁର ଉପଖଣ୍ଡ ସ୍ତରୀୟ ସଡ଼କ ସୁରକ୍ଷା ବୈଠକ ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଟ୍ରାଫିକ ଅବରୋଧକୁ ରୋକିବା ସହ ରାସ୍ତା ଗୁଡିକର ମରାମତି ଓ ପୁନଃରୁଦ୍ଧାର ନିମନ୍ତେ ସମସ୍ତ ପଦକ୍ଷେପ ନେବା ପାଇଁ ଉପଜିଲ୍ଲାପାଳ ପୃଷ୍ଟି ନିର୍ଦ୍ଦେଶ ଦେଇଥିଲେ l ଅଧିକ ପଢନ୍ତୁ...

ଛତ୍ରପୁର ଉପଖଣ୍ଡ ସ୍ତରୀୟ ସଡ଼କ ସୁରକ୍ଷା ବୈଠକ
ଛତ୍ରପୁର ଉପଖଣ୍ଡ ସ୍ତରୀୟ ସଡ଼କ ସୁରକ୍ଷା ବୈଠକ
author img

By

Published : Feb 19, 2021, 8:02 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଛତ୍ରପୁର ଉପଖଣ୍ଡ ସ୍ତରୀୟ ସଡ଼କ ସୁରକ୍ଷା ବୈଠକ ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ବୈଠକରେ ଗଞ୍ଜାମ ଆଞ୍ଚଳିକ ସଡକ ସୁରକ୍ଷା ଅଧିକାରୀ ବିକାଶ ଚୌଧୁରୀ, ମୋଟର ଯାନ ନିରୀକ୍ଷକ ଶିବଶଙ୍କର ଚୌଧୁରୀ, ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଗୌଡ଼,ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ।

ସେହିପରି ଅତିରିକ୍ତ ଯୋଗାଣ ଅଧିକାରୀ, ସହକାରୀ ଯନ୍ତ୍ରୀ, ରାସ୍ତା କୋଠାବାଡ଼ି, ଗ୍ରାମ୍ୟ ଉନ୍ନୟନ, ବସ୍ , ଟ୍ରେକର ଓ ଅଟୋ ସଂଘର ସଭାପତି ଓ ସମ୍ପାଦକ ଉପସ୍ଥିତ ରହିଥିଲେ l ସଡ଼କ ସୁରକ୍ଷା ନିମନ୍ତେ ବେଆଇନ ରାସ୍ତା ଅବରୋଧକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରିବା ନିମନ୍ତେ ଗୁରୁତ୍ବ ଆରୋପ କରାଯାଇଥିଲା l

ଟ୍ରାଫିକ ଅବରୋଧକୁ ରୋକିବା ସହ ରାସ୍ତା ଗୁଡିକର ମରାମତି ଓ ପୁନଃରୁଦ୍ଧାର ନିମନ୍ତେ ସମସ୍ତ ପଦକ୍ଷେପ ନେବା ପାଇଁ ଉପଜିଲ୍ଲାପାଳ ପୃଷ୍ଟି ନିର୍ଦ୍ଦେଶ ଦେଇଥିଲେ l ମଦ୍ୟପ ଚାଳକ, ବିନା ହେଲମେଟ ଚାଳକ ଏବଂ ନିୟମ ଠାରୁ ଅଧିକ ଯାତ୍ରୀ ବହନକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିମନ୍ତେ ଗୁରୁତ୍ୱ ଦେଇଥିଲେ l ୧୦୮ ଓ ୧୦୨ ଆମ୍ବୁଲାନ୍ସର ସେବା ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ l

ଅନ୍ୟମାନଙ୍କ ମଧ୍ୟରେ ଅବକାରୀ ଉପଅଧୀକ୍ଷକ ଅଭିରାମ ବେହେରା, ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ,ଖଲିକୋଟ ତହସିଲଦାର ରାଜକିଶୋର ପଟ୍ଟନାୟକ, କବିସୂର୍ଯ୍ୟନଗର ତହସିଲଦାର ପ୍ରକାଶ କୁମାର ମିଶ୍ର, ଆସିଷ୍ଟାଣ୍ଟ କଲେକ୍ଟର ଅଶୋକ କୁମାର ପ୍ରଧାନ, ବିକ୍ରମ କୁମାର ଦୋରା ପ୍ରମୁଖ ଉପସ୍ଥିତ ରହିଥିଲେ l

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.