ETV Bharat / city

ଗଣମାଧ୍ୟମ ଉପରେ କଟକଣା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମାଲୋଚନା - ଗଣମାଧ୍ୟମ ଉପରେ କଟକଣା

ବିଦ୍ୟାଳୟକୁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ ରାଜ୍ୟ ସରକାର କଟକଣା ଲଗାଇବା ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍ଵତନ୍ତ୍ରତାର ୭୫ ବର୍ଷ ପାଳନ କରୁଥିବା ବେଳେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ କଟକଣା ଗ୍ରହଣୀୟ ନୁହେଁ ବୋଲି ସେ ମତ ରଖିଛନ୍ତି । ଅଧିକ ପଢ଼ନ୍ତୁ

ଗଣମାଧ୍ୟମ ଉପରେ କଟକଣା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମାଲୋଚନା

author img

By

Published : Jul 11, 2022, 10:07 AM IST

ବ୍ରହ୍ମପୁର: ସ୍କୁଲ ପରିସରକୁ ଯିବା ପାଇଁ ଗଣମାଧ୍ୟମ ଉପରେ କଟକଣା ଲଗାଇବା ଘଟଣାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାପସନ୍ଦ । ଆମେ ସ୍ଵତନ୍ତ୍ରତାର ୭୫ ବର୍ଷ ପାଳନ କରୁଥିବା ବେଳେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ କଟକଣା ଗ୍ରହଣୀୟ ନୁହେଁ ବୋଲି ମତ ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

ଗଣମାଧ୍ୟମ ଉପରେ କଟକଣା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମାଲୋଚନା

ବିନା ଅନୁମତିରେ ବିଦ୍ୟାଳୟ ପରିସରକୁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ କଟକଣା ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏନେଇ ରାଜ୍ୟର କେତେକ ଜିଲ୍ଲାର ବ୍ଲକ ଶିକ୍ଷାଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀ ସରକାରଙ୍କୁ ଚିଠି ଲେଖିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ଓ କୈଶଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କର ଏଭଳି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି । ଗଣତନ୍ତ୍ରର କଣ୍ଠରୋଧ କରିବାକୁ ରାଜ୍ୟ ସରକାର ଚେଷ୍ଟା କରୁଥିବା ସେ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.