ETV Bharat / city

Brahmapur Eco-Retreat: ସୋନପୁର ବେଳାଭୂମିରେ କଟେଜ୍ ସାଙ୍ଗକୁ ମିଳୁଛି ବୋଟିଂର ମଜା - ଗଞ୍ଜାମ ଇକୋ-ରିଟ୍ରିଟ୍ ସେଣ୍ଟର

ସୋନପୁର ବେଳାଭୂମିରେ ଆରମ୍ଭ ହୋଇଛି ଇକୋ-ରିଟ୍ରିଟ୍ ସେଣ୍ଟର । ଏଠାରେ ଗୋଆ ଭଳି ବଙ୍ଗୋପସାଗରର ନୀଳ ଜଳରାଶିରେ ମିଳୁଛି ବୋଟିଂ ମଜା । ବେଳାଭୂମିରେ ତିଆରି କଟେଜରେ ରହି ମନଲୋଭା ପରିବେଶର ଅନୁଭୂତି ସାଉଁଟିବେ ପର୍ଯ୍ୟଟକ । ଅଧିକ ପଢନ୍ତୁ

Sonapur Eco-retreat: ବେଳାଭୂମିରେ କଟେଜ୍ ସାଙ୍ଗକୁ ମିଳୁଛି ବୋଟିଂର ମଜା

author img

By

Published : Dec 17, 2021, 3:32 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୋନପୁର ବେଳାଭୂମିରେ ଆରମ୍ଭ ହୋଇଛି ଇକୋ-ରିଟ୍ରିଟ୍ ସେଣ୍ଟର । ଏଠାରେ ମିଳୁଛି ମୁମ୍ବାଇ ଓ ଗୋଆର ମଜା । ବଙ୍ଗୋପସାଗରର ନୀଳ ଜଳରାଶିରେ ଜଳକ୍ରୀଡା କରୁଛନ୍ତି ପର୍ଯ୍ୟଟକ । ସ୍ପିଡ୍ ବୋଟଠୁ ଆରମ୍ଭ କରି ବନାନା ବୋଟ ଯାଏଁ ଭଳିକି ଭଳି ବୋଟରେ ବୋଟିଂର ମଜା ନେଉଛନ୍ତି ଲୋକେ । କେବଳ ଏତିକି ନୁହେଁ ବେଳାଭୂମି କଡରେ ରାତିଯାପନ ପାଇଁ ରହିଛି ସ୍ବତନ୍ତ୍ର କଟେଜର ସୁବିଧା । ପର୍ଯ୍ୟଟକମାନେ ଏହି କଟେଜରେ ରହି ସୁନ୍ଦର ବେଳାଭୂମିର ପରିବେଶର ଅନୁଭୂତି ସାଉଁଟିବେ ।

Sonapur Eco-Retreat: ସୋନପୁର ବେଳାଭୂମିରେ କଟେଜ୍ ସାଙ୍ଗକୁ ମିଳୁଛି ବୋଟିଂର ମଜା

ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଚଳିତ ବର୍ଷ ୭ଟି ସ୍ଥାନରେ ଇକୋ ରିଟ୍ରିଟ ଆୟୋଜନ କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ । କୋଣାର୍କ, ସାତକୋଶିଆ, ଭିତରକନିକା, କୋରାପୁଟ, ହୀରାକୁଦ ଏବଂ ଦାରିଙ୍ଗିବାଡି ସମେତ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଳକ ଅନ୍ତର୍ଗତ ସୁନାପୁର ବେଳାଭୂମିରେ ଏହା ଆୟୋଜିତ ହୋଇଛି । ସୋନପୁର ବେଳାଭୂମିର ଏହି ଇକୋ-ରିଟ୍ରିଟ ସେଣ୍ଟରରେ ମନୋରଞ୍ଜନର ସବୁପ୍ରକାର ବନ୍ଦୋବସ୍ତ କରାଯାଇଛି । ଏଠାରେ ଜଳକ୍ରୀଡା ପାଇଁ ସ୍ପିଡ୍ ବୋଟ ଭଳି ଅନେକ ବୋଟ ରହିଛି । ଏପରିକି ବେଳାଭୂମି କଡରେ ପର୍ଯ୍ୟଟକ ରାତ୍ରିଯାପନ ପାଇଁ ୨୫ଟି ସ୍ବତନ୍ତ୍ର କଟେଜ ତିଆରି ହୋଇଛି । ସକାଳ ଜଳଖିଆ ଠାରୁ ରାତ୍ରିଭୋଜନର ମଧ୍ୟ ବ୍ୟବସ୍ଥା ହୋଇଛି ସମୂଦ୍ର କୂଳରେ । ଏଥିସହ ପର୍ଯ୍ୟଟକଙ୍କ ସୁରକ୍ଷାକୁ ମଧ୍ୟ ଗୁରୁତ୍ବ ଦିଆଯାଇଥିବା କହିଛନ୍ତି ଦାୟିତ୍ବରେ ଥିବା କର୍ମଚାରୀ । ପର୍ଯ୍ୟଟନ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଅଧିନରେ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସି ଏହି ଇକୋ-ରିଟ୍ରିଟ ସେଣ୍ଟର ପରିଚଳନା କରୁଛି ।

ସୋନପୁର ବେଳାଭୂମିରେ ଇକୋ-ରିଟ୍ରେଟ୍ ଦ୍ବାରା ପର୍ଯ୍ୟଟକଙ୍କ ସଂଖ୍ୟା ଆଗାମୀ ଦିନରେ ବୃଦ୍ଧି ପାଇବା ସହ ବିଶେଷ କରି ଛୁଟି କାଟିବା ନିମନ୍ତେ ବାହାର ରାଜ୍ୟ ଓ ଦେଶରୁ ଆସୁଥିବା ପର୍ଯ୍ୟଟକମାନେ ଏହି ଇକୋ ରିଟ୍ରେଟ ସେଣ୍ଟରରେ ରହି ମନୋରଞ୍ଜନ ପାଇପାରିବେ । ଏହାଦ୍ବାରା ଓଡିଶାର ପର୍ଯ୍ୟଟନ ଶିଳ୍ପ ଆହୁରି ସମୃଦ୍ଧ ହୋଇପାରିବ ଏବଂ ସ୍ଥାନୀୟ ଅଞ୍ଚଳରେ ଆର୍ଥିକ ଅଭିବୃଦ୍ଧି ମଧ୍ୟ ଘଟିବ ବୋଲି ଆଶା ରହିଛି । ସେପଟେ ସରକାରଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.