ETV Bharat / city

ବର୍ଷା ଦିନ ପୂର୍ବରୁ ବ୍ରହ୍ମପୁର ମହାନଗର ନିଗମର ସଫେଇ ଚିନ୍ତା - drainage

ବର୍ଷାକୁ ନେଇ ଚିନ୍ତାରେ ବ୍ରହ୍ମପୁରବାସୀ । ସହରର ବିପର୍ଯ୍ୟାପ୍ତ ପରିମଳ ବ୍ୟବସ୍ଥା ପାଇଁ ସାଧାରଣ ଲୋକ ନାହିଁ ନଥିବା ହଇରାଣ ହେଉଛନ୍ତି। ସାମାନ୍ୟ ବର୍ଷା ହେଲେ ସହରରେ ଜମା ହୁଏ କୁଢକୁଢ ଅଳିଆ ଆବର୍ଜନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଅନୁଗୋଳ
author img

By

Published : Jun 21, 2019, 3:36 PM IST

Updated : Jun 21, 2019, 3:50 PM IST

ବ୍ରହ୍ମପୁର: ଆସୁଛି ବର୍ଷା ଦିନ। ଏନେଇ ବଢିଗଲାଣି ବ୍ରହ୍ମପୁରବାସୀଙ୍କ ସଫେଇ ଚିନ୍ତା। କାରଣ ସାମାନ୍ୟ ବର୍ଷା ହେଲେ ସହରରେ ଜମା ହୁଏ କୁଢକୁଢ ଅଳିଆ ଆବର୍ଜନା । ନାଳ ନର୍ଦ୍ଧମାର ଜଳ ମୁଖ୍ୟ ରାସ୍ତା ଉପରେ ଭାସିବା ସହ ସହରରେ ସୃଷ୍ଟି ହୋଇଥାଏ କୃତ୍ରିମ ବନ୍ୟା ପରିସ୍ଥିତି। ବର୍ତ୍ତମାନ ପରିସ୍ଥିତିରେ ବହୁ ପୁରାତନ ନାଳ ଗୁଡିକ ଭାଙ୍ଗିରୁଜି ଯିବାରୁ ସହରର ବହୁ ପ୍ରମୁଖ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମିରହିଥାଏ ।

ପୂର୍ବରୁ ଅନେକ ଥର ଲଗାଣବର୍ଷାକୁ ନେଇ ବେହାଲ ହୋଇଛି ବ୍ରହ୍ମପୁର ସହର । ସହରରେ ପ୍ରମୁଖ ନାଳ ନର୍ଦ୍ଧମାର ଜଳ ବିଭିନ୍ନ ମୁଖ୍ୟ ରାସ୍ତା ସହ ଅନେକ ଘରେ ପଶିଥିବା ନଜିର ରହିଛି। ତେବେ ଗତ କିଛି ମାସ ମଧ୍ୟରେ ନିଗମ ପକ୍ଷରୁ ଅନେକ ସଫେଇ କାର୍ଯ୍ୟ ହାତକୁ ନିଆଯାଇଥିବା ବେଳେ ପାଣି ଜମିରହୁଥିବା ସ୍ଥାନ ଗୁଡିକ ଯୁଦ୍ଧକାଳୀନ ଭିତ୍ତିରେ ସଫେଇ କରିବାକୁ ସହରବାସୀ ଦାବୀ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଅନୁଗୋଳ

ସେପଟେ ବର୍ଷା ଦିନ ପୁର୍ବରୁ ନିଗମର ପରିମଳ ବ୍ୟବସ୍ଥା ପ୍ରତି ଗୁରୁତ୍ବ ଦିଆଯାଉଥିବା କହିଛନ୍ତି ଜିଲ୍ଲାପାଳ। ତେବେ ବର୍ଷା ଦିନ ପୁର୍ବରୁ ପ୍ରଶାସନ ପକ୍ଷରୁ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପ୍ରଣୟନ ହୋଇଥିବା ଯୋଜନା କେତେ କାର୍ଯ୍ୟକାରୀ ହେବ ତାହା ଦେଖିବାକୁ ବାକି ରହିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଯାଯାବର ବସ୍ତି ରେ ବଜ୍ରପାତରେ ଦୁଇ ମୃତ । Body:ଅନୁଗୋଳ ଥାନା ରନ୍ତଳେଇ ନିକଟରେ ବଜ୍ରପାତରେ ଦୁଇ ମୃତ। ମୃତକ ହେଲେ ମନର ବହିନୀ ବଲଦାର ଓ ପୁଅ ନନ୍ଦୁ। ସେମାନେ ମହାରାଷ୍ଟ୍ରର। ଏଠାରେ ଦୀର୍ଘ ବର୍ଷ ହେଲା ଯାଯାବର ଜୀବନ ଯାପନ କରୁଥିଲେ। ତମ୍ବୁ ଭିତରେ ରାହୁଥିଲେ। ଗତ କାଲି ରାତିରେ ରୋଷେଇ କରୁଥିବା ବେଳେ ହଠାତ ବଜ୍ରପାତ ହେବାରୁ ତମ୍ବୁ ଜଳି ଯାଇ ଭିତରେ ବଜ୍ରାଘାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହି ଉଭୟଙ୍କ ମୃତ୍ୟୁ ହୋଇଥିଲା।ତେବେ ସେମାନଙ୍କ ପରିବାର କିମ୍ବା ପୋଲିସ ଆସି ନଥିବାରୁ ତମ୍ବୁ ଭିତରେ ତାଙ୍କ ମୃତ ଦେହ ପଡି ରହିଛି । ସୂଚନା ଅନୁସାରେ ମୃତକଙ୍କ ପରିବାର ମହାରାଷ୍ଟ୍ରରୁ ଏଠାକୁ ଆସୁଥିବା ଜଣା ପଡ଼ିଛି। ପୋଲିସ ଏ ପର୍ଯ୍ୟନ୍ତ ଘଟଣାସ୍ଥଳ ରେ ପହଂଚି ନାହିଁ।Conclusion:
Last Updated : Jun 21, 2019, 3:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.