ETV Bharat / city

ଅଘୋଷିତ ବିଦ୍ୟୁତ କାଟକୁ ବିଜେପିର ବିରୋଧ, ଟାଟା ପାୱାର କାର୍ଯ୍ୟାଳୟରେ ଉତ୍ତେଜନା

author img

By

Published : Aug 29, 2022, 9:54 PM IST

ବିଦ୍ୟୁତ୍‌କାଟ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଗଞ୍ଜାମବାସୀ BJP protests against Power cut । ବ୍ରହ୍ମପୁରସ୍ଥିତ ଟାଟା ପାୱାର କାର୍ଯ୍ୟାଳୟ ଘେରାଉ କରିଥିଲେ ବିଜେପି କର୍ମୀ । ଅଧିକ ପଢ଼ନ୍ତୁ

BJP protests against Power cut and TATA power office gherao in Berhampur
ଅଘୋଷିତ ବିଦ୍ୟୁତ କାଟକୁ ବିଜେପିର ବିରୋଧ, ଟାଟା ପାୱାର କାର୍ଯ୍ୟାଳୟରେ ଉତ୍ତେଜନା

ବ୍ରହ୍ମପୁର: ବେଆଇନ ବିଦ୍ୟୁତ୍‌କାଟ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଗଞ୍ଜାମବାସୀ(BJP protests against Power cut) । ଏହାକୁ ବିରୋଧ କରି ସୋମବାର ବିଜେପି କର୍ମୀ ବ୍ରହ୍ମପୁରସ୍ଥିତ ଟାଟା ପାୱାର କାର୍ଯ୍ୟାଳୟ ଘେରାଉ କରିଥିଲେ । ଏହି ସମୟରେ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପାଇଁ ବିଜେପି କର୍ମୀଙ୍କୁ ଭିତରକୁ ନଛଡ଼ାଯିବାକୁ ଚାପା ଉତ୍ତେଜନା ଦେଖା ଦେଇଥିଲା(TATA power office gherao in Berhampur) । ବିଜେପି ନେତୃବୃନ୍ଦ ଆଲୋଚନା ପାଇଁ କାର୍ଯ୍ୟାଳୟ ବାହାରେ ଅପେକ୍ଷା କରି ରହିଥିବା ବେଳେ କମ୍ପାନୀ କର୍ତ୍ତୃପକ୍ଷ ଆଲୋଚନା ପାଇଁ ମଧ୍ୟ ବାହାରକୁ ଆସିନଥିଲେ । ଏହାକୁ ନେଇ ବିଜେପି ନେତୃବୃନ୍ଦ ଅସନ୍ତୋଷ ଜାହିର କରିଥିଲେ ।

ବ୍ରହ୍ମପୁର ସହର ସମେତ ପୂରା ଜିଲ୍ଲାରେ ଅଘୋଷିତ ବିଦ୍ୟୁତକାଟକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ବିଦ୍ୟୁତକାଟ ସମସ୍ୟାର ସମଧାନ ପାଇଁ ସୋମବାର ବିଜେପି ପକ୍ଷରୁ ଏକ ଶୋଭାଯାତ୍ରା କରାଯାଇଥିଲା । ଶେଷରେ ଶୋଭାଯାତ୍ରା ଟାଟା ପାୱାର କାର୍ଯ୍ୟାଳୟରେ ପହଞ୍ଚିବା ପରେ ନାରାବାଜୀ ଆରମ୍ଭ କରିଥିଲେ ବିଜେପି କର୍ମୀ । ଏହାପରେ ଟାଟା ପାୱାର ସିଇଓଙ୍କୁ ଦାବିପତ୍ର ଦେବା କାର୍ଯ୍ୟକ୍ରମ ରହିଥିଲା । ତେବେ ଏଥିପାଇଁ ବିଜେପି କର୍ମୀଙ୍କୁ କାର୍ଯ୍ୟାଳୟ ଭିତରକୁ ଛାଡ଼ିନଥିଲେ ସୁରକ୍ଷାକର୍ମୀ । ଏହାପରେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।

ବିଜେପି କର୍ମୀଙ୍କ ଦାବିକୁ କର୍ତ୍ତୃପକ୍ଷ ଭୃକ୍ଷେପ କରିନଥିବା ଅଭିଯୋଗ ହୋଇଛି । ଏନେଇ କେତେକ କର୍ମୀ କାର୍ଯ୍ୟାଳୟର ମୁଖ୍ୟ ଫାଟକ ସମୁଖରେ ଲାଗିରହିଥିବା ବିଭିନ୍ନ ସାଇନ୍ ବୋର୍ଡକୁ ଚିରି ଦେଇଥିଲେ । ଏହାପରେ ମୁଖ୍ୟ ପ୍ରଶାସନିକ ଭବନ ସମ୍ମୁଖରେ ପ୍ରତିବାଦରେ ବସି ରହିଥିଲେ ବିଜେପି କର୍ମୀ । ଦାବି ପୂରଣ ନେହେଲେ ଆଗାମୀ ଦିନରେ ଜନଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ବିଜେପି କର୍ମୀ ।

ବିଜେପି ନେତା କାହ୍ନୁ ଚରଣ ପତି ବ୍ରହ୍ମପୁରରେ ବିଦ୍ୟୁତକାଟ ବିରୋଧ ଆନ୍ଦୋଳନର ନେତୃତ୍ବ ନେଇଥିଲେ । ଏହାକୁ ନେଇ ସେ କହିଛନ୍ତି, "ପ୍ରିପେଡ ମିଟର ବସାଇବା ବାହାନାରେ ଟାଟା ପାୱାର ଲୋକଙ୍କୁ ଶୋଷଣ କରୁଛି । ଅଘୋଷିତ ବିଦ୍ୟୁତ କାଟ କରି ଲୋକଙ୍କୁ ସମସ୍ୟାରେ ପକାଉଛି । ଏସବୁର ସମାଧାନ ପାଇଁ ଦାବି କରୁଛୁ । ଦାବି ପୂରଣ ନହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ହେବ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.