ETV Bharat / city

ବିଧାୟକଙ୍କ ତାରାତାରିଣୀ ମନ୍ଦିର ଦର୍ଶନକୁ ବିଜେପିର ବିରୋଧ, ପ୍ରଦର୍ଶନ କଲା କଳାପତାକା - ବିଜେପି

ମହାମାରୀ କାଳରେ ବିଧାୟକଙ୍କ ତାରାତାରିଣୀ ମନ୍ଦିର ଦର୍ଶନକୁ ବିରୋଧ । କଳାପତାକା ପ୍ରର୍ଦଶନ କଲା ବିଜେପି । ଅଧିକ ପଢନ୍ତୁ...

ବିଧାୟକଙ୍କ ତାରାତାରିଣୀ ମନ୍ଦିର ଦର୍ଶନକୁ ବିରୋଧ ; କଳାପତାକ ପ୍ରଦର୍ଶନ କଲା ବିଜେପି

author img

By

Published : Aug 30, 2021, 2:06 PM IST

ବ୍ରହ୍ମପୁର: କୋରୋନା ପାଇଁ ପାଖାପାଖି ୨ ବର୍ଷ ହେବ ତାରାତାରିଣୀଙ୍କ ପୀଠକୁ ସାଧାରଣ ଦର୍ଶନ ବନ୍ଦ ରହିଛି । କିନ୍ତୁ ବିଭିନ୍ନ ଅଞ୍ଚଳରୁ ମନ୍ତ୍ରୀ ଓ ବିଧାୟକମାନେ ସ୍ମାର୍ଟ ସ୍କୁଲ ଉଦଘାଟନ ଗସ୍ତରେ ଆସି ମନ୍ଦିର ଦର୍ଶନ କରୁଛନ୍ତି । ଯାହାକୁ ବିରୋଧ କରିଛି ବିଜେପି । ବିରୋଧ କରି କଳାପତାକା ମଧ୍ୟ ପ୍ରଦର୍ଶନ କରିଛି । ଆଜି ସରକାରୀ ଦଳର ବିଧାୟକଙ୍କୁ ତାରାତାରିଣୀଙ୍କ ପୀଠର ପାଦଦେଶରେ ବିଜେପି କର୍ମୀମାନେ ବିରୋଧ କରି କଳାପତକା ପ୍ରଦର୍ଶନ କରିଥିଲେ ।

ବିଧାୟକଙ୍କ ତାରାତାରିଣୀ ମନ୍ଦିର ଦର୍ଶନକୁ ବିରୋଧ ; କଳାପତାକ ପ୍ରଦର୍ଶନ କଲା ବିଜେପି

ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ଶେରଗଡ ବ୍ଲକରେ ସ୍ମାର୍ଟ ସ୍କୁଲ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମନ୍ତ୍ରୀ ଓ ବିଧାୟକ ମାନେ ପାଞ୍ଚଟି ପର୍ଯ୍ୟାୟରେ ଆସୁଛନ୍ତି । ବ୍ରହ୍ମପୁର ଗସ୍ତ ସମୟରେ ମାଆ ତାରାତାରିଣୀ ମନ୍ଦିରକୁ ଯାଇ ଦର୍ଶନ କରୁଛନ୍ତି । ସୋମବାର ଏହାର ଶେଷ ପର୍ଯ୍ୟାୟ ଗସ୍ତ ରହିଥିଲା । ଏନେଇ ମନ୍ଦିର ପାଦଦେଶରେ ରହି ବିଜେପି ଘୁମୁସର ଯୁବମୋର୍ଚ୍ଚାର କର୍ମକର୍ତ୍ତାମାନେ ମନ୍ଦିରର ଗେଟ ସମୁଖରେ କଳାପତାକା ପ୍ରଦର୍ଶନ କରିବା ସହ ବିକ୍ଷୋଭ ମଧ୍ୟ କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.