ବ୍ରହ୍ମପୁର: ଆଜି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକୀ(biju Patnaik's Death Anniversary) । ବିଜୁବାବୁଙ୍କୁ ମନେ ପକାଉଛି ଓଡିଶା ଜାତି । ଏହି ଅବସରରେ ବ୍ରହ୍ମପୁରରେ ବିଜେଡି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
ଏହି ଅବସରରେ ଜିଲ୍ଲା ବିଜୁ ଜନତା ଦଳ(BJD) ପକ୍ଷରୁ ସହରର ନୀଳକଣ୍ଠେଶ୍ବର ମନ୍ଦିର ପୋଖରୀରେ ତିଳତର୍ପଣ କରାଯିବା ସହ ସହରର ଦେଶୀବେହେରା ସାହି, ଆସ୍କା ରୋଡ ସ୍ଥିତ ତାଲୁକା ଛକ ଏବଂ ବିଜୁ ପଟ୍ଟନାୟକ ପାର୍କ ପରିସରରେ ରହିଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି ।
ଏହାପରେ ସହରର ହିଲପାଟଣା ସ୍ଥିତ ସସ୍କୃତି ଭବନ ପରିସରରେ ଆୟୋଜିତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ମେୟର ସଙ୍ଘମିତ୍ରା ଦଳେଇଙ୍କ ସମେତ ନିର୍ବାଚିତ ବହୁ କର୍ପୋରେଟର ଓ ଦଳର ବହୁ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ