ETV Bharat / city

ପରୀ ହତ୍ୟାକାଣ୍ଡ: ସିବିଆଇ ତଦନ୍ତ ଦାବି କଲା ଏବିଭିପି - brahmapur ABVP demands

ପରୀ ହତ୍ୟାକାଣ୍ଡ ଘଟଣାରେ ସିବିଆଇ ତଦନ୍ତ ଦାବିରେ ବ୍ରହ୍ମପୁର ସହରରେ ଏବିଭିପି ପକ୍ଷରୁ ବିକ୍ଷୋଭ କରାଯାଇଛି । ଅଧିକ ପଢନ୍ତୁ....

ପରୀ ହତ୍ୟାକାଣ୍ଡ: ସିବିଆଇ ତଦନ୍ତ ଦାବି କଲା ଏବିଭିପି

author img

By

Published : Dec 3, 2020, 9:49 PM IST

ବ୍ରହ୍ମପୁର: ‘ପରୀ’ ହତ୍ୟାକାଣ୍ଡ ଘଟଣାରେ ସିବିଆଇ ତଦନ୍ତ ଦାବିରେ ବ୍ରହ୍ମପୁର ସହରରେ ଏବିଭିପି ପକ୍ଷରୁ ବିକ୍ଷୋଭ କରାଯାଇଛି । ଏହାସହ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବାକୁ ଏବିଭିପି ପକ୍ଷରୁ କଡା ଚେତାବନୀ ଦିଆଯାଇଛି ।

ପରୀ ହତ୍ୟାକାଣ୍ଡ: ସିବିଆଇ ତଦନ୍ତ ଦାବି କଲା ଏବିଭିପି

ନୟାଗଡର ପାଞ୍ଚ ବର୍ଷର ଶିଶୁ ପରୀ ହତ୍ୟାକାଣ୍ଡ ଘଟଣାରେ ନିଆଁ ରାଜ୍ୟବ୍ୟାପୀ ଜଳୁଛି । ଘଟଣାର ସିବିଆଇ ତଦନ୍ତ ପାଇଁ ବ୍ରହ୍ମପୁର ଏବିଭିପି ପକ୍ଷରୁ ଦାବି ହୋଇଛି । ହତ୍ୟାକାଣ୍ଡକୁ ଦୀର୍ଘ 5 ମାସ ବିତିଯାଇଥିଲେ ମଧ୍ୟ ଏହାକୁ ଅତ୍ୟନ୍ତ ହାଲୁକା ଭାବେ ନିଆଯାଇଥିବା ବେଳେ ମନ୍ତ୍ରୀ ଅରୁଣ ସାହୁଙ୍କୁ ତୁରନ୍ତ ଇସ୍ତଫା ଦାବି କରିଛି ଏବିଭିପି । ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ସହରର ଖଲ୍ଲିକୋଟ କଲେଜ ସମ୍ମୁଖରେ ଆୟୋଜିତ ବିକ୍ଷୋଭରେ ଘଟଣାର ସମାଲୋଚନା କରିଯାଇଥିଲା । ଏପରିକି ସରକାର ଏଥିପ୍ରତି ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର କରିବାକୁ ଧମକ ଦିଆଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.