ETV Bharat / city

ଯୁବଶିଳ୍ପୀଙ୍କ କମାଲ: କାଠରେ ତାରାତାରିଣୀ ମନ୍ଦିରର ଅବିକଳ ପ୍ରତିକୃତି, ପୂର୍ବରୁ ହାତେଇଛନ୍ତି India Book Of Records

author img

By

Published : Apr 4, 2022, 4:30 PM IST

ରେଶମ ନଗରୀ ବ୍ରହ୍ମପୁର ସହରର ଯୁବ ଶିଳ୍ପୀ ଦିଲ୍ଲୀପ ମହାରଣା । ପୁରୀ ଶ୍ରୀମନ୍ଦିର, ଅଯୋଧ୍ୟାର ରାମ ମନ୍ଦିର ଠାରୁ ଆରମ୍ଭ କରି ବିଶ୍ବର ସବୁଠାରୁ କ୍ଷୁଦ୍ରତମ ନନ୍ଦିଘୋଷ ରଥ ନିର୍ମାଣ କରି ଇଣ୍ଡିଆ ବୁକ ଅଫ ରେକର୍ଡସ ଏବଂ ଏସିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି ସେ । ବର୍ତ୍ତମାନ ଆଦିଶକ୍ତି ପୀଠ ତାରାତାରିଣୀଙ୍କ କ୍ଷୁଦ୍ରତମ ମନ୍ଦିର ନିର୍ମାଣ କରି ଏବେ ଚର୍ଚ୍ଚାରେ । ଅଧିକ ପଢନ୍ତୁ

ବ୍ରହ୍ମପୁରର ଯୁବଶିଳ୍ପୀଙ୍କ କମାଲ: କାଠରେ ତାରାତାରିଣୀ ମନ୍ଦିରର ଅବିକଳ ପ୍ରତିକୃତି

ବ୍ରହ୍ମପୁର: କିଛି ନୂଆ କରିବାର ଇଚ୍ଛା ଏବଂ ଆଗ୍ରହ, ଶିଳ୍ପୀଙ୍କୁ ଦିଏ ନୂଆ ପରିଚୟ । ନିଜର ଅଭିଳାସକୁ ସୂଷ୍ମ କଳାକୃତି ମାଧ୍ୟମରେ ପରିପ୍ରକାଶ କରି ରାଜ୍ୟର ଜଣେ ଜଣାଶୁଣା କାଠଶିଳ୍ପୀ ଭାବେ ପରିଚୟ ପାଇଛନ୍ତି । ସେ ହେଉଛନ୍ତି ରେଶମ ନଗରୀ ବ୍ରହ୍ମପୁର ସହରର ଯୁବ ଶିଳ୍ପୀ ଦିଲ୍ଲୀପ ମହାରଣା । ପୁରୀ ଶ୍ରୀମନ୍ଦିର, ଅଯୋଧ୍ୟାର ରାମ ମନ୍ଦିର ଠାରୁ ଆରମ୍ଭ କରି ବିଶ୍ବର ସବୁଠାରୁ କ୍ଷୁଦ୍ରତମ ନନ୍ଦିଘୋଷ ରଥ ନିର୍ମାଣ କରି ଇଣ୍ଡିଆ ବୁକ ଅଫ ରେକର୍ଡସ ଏବଂ ଏସିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି ସେ । ବର୍ତ୍ତମାନ ଆଦିଶକ୍ତି ପୀଠ ତାରାତାରିଣୀଙ୍କ କ୍ଷୁଦ୍ରତମ ମନ୍ଦିର ନିର୍ମାଣ କରି ଏବେ ଚର୍ଚ୍ଚାରେ ବ୍ରହ୍ମପୁର ସହରର ଯୁବ ଶିଳ୍ପୀ ଦିଲ୍ଲୀପ ମହାରଣା ।

ଆଦିଶକ୍ତି ପୀଠ ତାରାତାରିଣୀଙ୍କ କ୍ଷୁଦ୍ରତମ ମନ୍ଦିରର ଉଚ୍ଚତା ମାତ୍ର ୪ ଇଞ୍ଚ ରହିଥିବା ବେଳେ ଓସାର ୧୦ ଇଞ୍ଚ ଓ ଲମ୍ବ ରହିଛି ୧୫ ଇଞ୍ଚ । କାଠରେ ନିର୍ମିତ ଏହି କଳାକୃତିକୁ ଦେଖିଲେ ମନେହେଉଛି ଯେମିତି ସତରେ ଏହି କାଠ ମନ୍ଦିରରେ ଆବିର୍ଭାବ ହୋଇଛନ୍ତି ମା’ ।

ଗଞ୍ଜାମର ପ୍ରମୁଖ ଶକ୍ତିପୀଠ ମଧ୍ୟରୁ ମାଁ ତାରାତାରିଣୀଙ୍କ ପୀଠ ଅନ୍ୟତମ । ବର୍ତ୍ତମାନ ମାଆଙ୍କ ପୀଠରେ ଚୈତ୍ର ମଙ୍ଗଳବାର ଯାତ୍ରା ଅନୁଷ୍ଠିତ ହେଉଥିବାରୁ ଦେବୀ ଦର୍ଶନ, ଛୁଆଙ୍କ ମୁଣ୍ଡନ ଓ ମନୋସ୍କାମନା ପୂରଣ ପାଇଁ ଦୂରଦୂରାନ୍ତରୁ ଛୁଟି ଆସନ୍ତି ଭକ୍ତ । ମାଁ ତାରା ତାରିଣୀଙ୍କ ମୁଖ୍ୟ ମନ୍ଦିର ସମେତ ଜଗମୋହନ ,ନାଟ ମଣ୍ଡପ ସହିତ ପଞ୍ଚୁ ଦେବାଦେବୀଙ୍କର ମନ୍ଦିର , ଯଜ୍ଞ ବେଦିକା, ମହା ସ୍ନାନ ମଣ୍ଡପ ,ସୁନ୍ଦର ପାଚେରୀ ସହିତ ମୁଖ୍ୟ ହସ୍ତୀ-ବେହରଣ ଦ୍ୱାର ପାର୍ଶ୍ୱ ଦେବୀ ଠାରୁ ଦଧି ନଉତି କଳସ ସହିତ ମାଙ୍କର ମନ୍ଦିରର ଚାରି ଦ୍ଵାରକୁ ଅତି ନିଖୁଣ ଭାବରେ ଅବିକଳ ନକଲ କରିଛନ୍ତି ଦିଲ୍ଲୀପ ।

ଖଲିକୋଟ ବିଶ୍ବବିଦ୍ୟାଳୟରେ ପଢୁଥିବା ଦିଲୀପଙ୍କୁ ଏଥିପାଇଁ ମାତ୍ର ୭ ଦିନ ସମୟ ଲାଗିଛି । ଏହି ପ୍ରତିକୃତି ବିଶ୍ବର ସବୁଠାରୁ କ୍ଷୁଦ୍ରତମ ପ୍ରତିକୃତି ବୋଲି କହିଛନ୍ତି ଦିଲୀପ । ଦିଲ୍ଲୀପଙ୍କୁ ଏହି କାର୍ଯ୍ୟ ପାଇଁ ବାପା, ଭାଇ ଓ ମାମୁ ସହଯୋଗ କରିଥିଲେ । ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ତାରାତାରିଣୀ ମନ୍ଦିରର ଉନ୍ନତି ପାଇଁ ପଦକ୍ଷେପ ନିଆଯାଇଥିବାରୁ ଏହି କାଠରେ ନିର୍ମିତ ମନ୍ଦିରକୁ ମୁଖ୍ୟମନ୍ତ୍ରୀଙ୍କୁ ନିଜ ହାତରେ ଭେଟି ଦେବାର ଆଶା ରଖିଛନ୍ତି ଯୁବଶିଳ୍ପୀ ଦିଲ୍ଲୀପ ମହାରଣା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.