ବ୍ରହ୍ମପୁର: ଚାଲିଛି ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ବିଦ୍ୟାର୍ଥୀଙ୍କ ନାମଲେଖା ପ୍ରକ୍ରିୟା । ଏହି ଅବସରରେ ବ୍ରହ୍ମପୁର ବିଶ୍ୱବିଦ୍ୟଳୟର ଆଇ.ଆର୍.ପି.ଏମ୍ ବିଭାଗ ଏବଂ ସିପେଟ (CPET) ର ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ନାମ ଲେଖାଇବାକୁ ଆସି ହଟହଟା ହୋଇଛନ୍ତି ଦୁଇ ଜଣ ଛାତ୍ରୀ । ବିଶ୍ୱବିଦ୍ୟାଳୟର ସ୍ପର୍ଟ ଆଡମିସନରେ ନାମ ଲେଖାଇବା ପାଇଁ ଆସିଥିବା ଦୁଇ ଛାତ୍ରୀ ପୂର୍ବରୁ ନାମଲେଖାଇବାର ନିର୍ଦ୍ଧାରିତ ଟଙ୍କା ଦାଖଲ କରିଥିଲେ ମଧ୍ୟ ବର୍ତ୍ତମାନ ସାମସର ପରବର୍ତ୍ତୀ ନିଷ୍ପତ୍ତିକୁ ଅପେକ୍ଷା କରିବାକୁ କୁହାଯାଇଛି (Spot Admission issue in Berhampur university) ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଆଇଆରପିଏମ ବିଭାଗରେ ଚଳିତ ବର୍ଷର ସ୍ପର୍ଟ ଆଡମିସନ ପାଇଁ ଆସିଥିବା ଦୁଇ ଜଣ ଛାତ୍ରୀ ହୋଇଛନ୍ତି ହଟାହଟା (two girl students faces admission issue) । ବିଭାଗରେ ଖାଲିଥିବା ସିଟ ପାଇବା ପାଇଁ ଅନଲାଇନରେ ଆବେଦନ ମଧ୍ୟ କରିଥିଲେଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳର ପୁଷ୍ପାଞ୍ଜଳୀ ପଣ୍ଡା ଏବଂ ଦିଗପହଣ୍ଡି ଅଞ୍ଚଳର ଛାତ୍ରୀ ଶୁଭଶ୍ରୀ ସାହୁ ।
ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ନାମ ଲେଖାଇବା ପାଇଁ ରହିଥିବା ୱେବସାଇଟ ଜରିଆରେ ଏହି ଦୁଇ ବିଦ୍ୟାର୍ଥୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟ ବିଶ୍ୱବିଦ୍ୟାଳୟର ଯୋଗ୍ୟ ଚୟନ ତାଲିକାରେ ରହିଥିବା ଜାଣିପାରିଥିଲେ । ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ନିକଟରେ ରହିଥିବା ଯୋଗୁଁ ଦୁଇ ଛାତ୍ରୀ ଏଠାରେ ନାମ ଲେଖାଇବା ପାଇଁ ଅନଲାଇନ ମାଧ୍ୟମରେ ଚୟନ କରିବା ସହ ସରକାରଙ୍କ ନିର୍ଦ୍ଧାରିତ ୧୨ ହଜାରରୁ ଉର୍ଦ୍ଧ ଟଙ୍କା ଲେଖାଏଁ ଜମା କରିଥିଲେ । ଯାହାକୁ ନେଇ ଦୁହେଁ ଲେଖାଇବାର ଯୋଗ୍ୟ ବିବେଚିତ ପତ୍ର ପାଇବା ସହ ସାମର୍ସ ୱେବସାଇଟ ରେ ପାଇଥିଲେ । ହେଲେ ଏହାର ସ୍ପର୍ଟ ଆଡମିସନ ଆରମ୍ଭ ହୋଇଥିବାରୁ ଦୁଇ ବିଦ୍ୟାର୍ଥୀ ନାମ ଲେଖାଇବା ନିମନ୍ତେ ଆବଶ୍ୟକୀୟ କାଗଜପତ୍ର ନେଇ ପହଞ୍ଚିବା ପରେ ଚୟନ ପକ୍ରିୟା ତ୍ରୁଟିପୂର୍ଣ୍ଣ ରହିଥିବା ଦର୍ଶାଇ ସେମାନଙ୍କୁ ଫେରାଇ ଦିଆଯାଇଥିଲା ।
ଅନ୍ୟପଟେ ଏହି ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ ଆଇ.ଆର୍.ପି.ଏମ୍ ବିଭାଗ ମୁଖ୍ୟଙ୍କ କହିବା କଥା ସ୍ପର୍ଟ ଆଡମିସନ ପାଇଁ ଆବେଦନ କରିଥିବା ବିଦ୍ୟାର୍ଥୀଙ୍କ ମଧ୍ୟରୁ ଯେଉଁ ଯୋଗ୍ୟ ତାଲିକା ପ୍ରସ୍ତୁତ କରାଯାଇଥିଲା ତାହା ୱେବ ସାଇର୍ଟର ଡାଟା ଏଣ୍ଟ୍ରି କରିବା ସମୟରେ ବିଶ୍ବବିଦ୍ୟାଳୟର ମନୁଷ୍ୟକୃତ ତ୍ରୁଟି ଯୋଗୁଁ ଏପରି ହୋଇଥିବା ଘଟଣାକୁ ସ୍ବୀକାର କରିଛନ୍ତି ବିଭାଗୀୟ ମୁଖ୍ୟ । ଯାହା ପରବର୍ତ୍ତୀ ସମୟରେ ଜଣାପଡିଥିବା ଯୋଗୁଁ ଏହି ଦୁଇ ଛାତ୍ରୀଙ୍କ ବିଷୟକୁ ନେଇ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ସିପେଟ ଓ ସାମସର (SAMS) ଉଚ୍ଚ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରାଯାଇଥିବା ବେଳେ ଏହା ଆଗାମୀ ଦୁଇ ଦିନ ମଧ୍ୟରେ ଏହାର ସମାଧାନ ହେବ ବୋଲି ଆଶା କରାଯାଉଥିବା କୁହାଯାଇଛି । ସେପଟେ ଏଭଳି ତ୍ରୁଟିକୁ ନେଇ ଚିନ୍ତାରେ ବିଦ୍ୟାର୍ଥୀଙ୍କ ପରିବାର ବର୍ଗ ।
ସ୍ପଟ ଆଡମିସନ ପାଇଁ ଆସି ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ଦୁଇ ଜଣ ଛାତ୍ରୀ ହଟହଟା ହୋଇଥିବା ବେଳେ ଏଠାରେ ପ୍ରଶ୍ନ ଉଠେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଯଦି ମନୁଷ୍ୟକୃତ ଭାବେ ଡାଟାଏଣ୍ଟ୍ରି ଭୁଲ କଲେ ତେବେ ଏହାକୁ ପରିଚାଳନା କରୁଥିବା ସିପେଟ କର୍ତ୍ତୃପକ୍ଷ କିଭଳି ଗ୍ରହଣ କଲେ ଏବଂ ନାମ ଲେଖାଇବା ପାଇଁ ସାମସର ଚୁଡାନ୍ତ ପତ୍ର ମିଳିଲା ।
ତେବେ ବେଳ ଥାଉ ଥାଉ ସମାଧାନ ନକଲେ ଆଗକୁ ଆହୁରି ଅନେକ ବିଦ୍ୟର୍ଥୀ ହଇରାଣ ହରକତ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ