ETV Bharat / city

ବଜ୍ରାଘାତରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଛାତ୍ରଙ୍କ ମୃତ୍ୟୁ, ଛାତ୍ରୀ ଗୁରୁତର - ଗୋପାଳପୁର ସ୍ଥିତ ପାନ୍ଥ ନିବାସ

ବଜ୍ରାଘାତରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଜଣେ ଛାତ୍ରର ମୃତ୍ୟୁ ଘଟିଥିବାବେଳେ ଜଣେ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଗୋପାଳପୁର ବୁଲିବାକୁ ଯାଇଥିବା ସମୟରେ ବଜ୍ରାଘାତ (Lightening) ହୋଇଥିଲା ଓ ଛାତ୍ର ଜଣଙ୍କର ଅକାଳ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

berhampur university student died due to lightening another student injured
ବଜ୍ରାଘାତରେ ବିଶ୍ବବିଦ୍ୟାଳୟ ଛାତ୍ରଙ୍କ ମୃତ୍ୟୁ, ଛାତ୍ରୀ ଗୁରୁତର
author img

By

Published : May 29, 2022, 4:15 PM IST

ବ୍ରହ୍ମପୁର: ବଜ୍ରାଘାତରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଜଣେ ଛାତ୍ରର ମୃତ୍ୟୁ ଘଟିଥିବାବେଳେ ଜଣେ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଗୋପାଳପୁର ବୁଲିବାକୁ ଯାଇଥିବା ସମୟରେ ବଜ୍ରାଘାତ (Lightening) ହୋଇଥିଲା ଓ ଛାତ୍ର ଜଣଙ୍କର ଅକାଳ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ଏହି ଦୁଇ ବିଦ୍ୟାର୍ଥୀ ଗୋପାଳପୁର ବୁଲିବାକୁ ଯାଇଥିଲେ । ସେଠାରେ ସେମାନେ ଗୋପାଳପୁର ସ୍ଥିତ ପାନ୍ଥ ନିବାସ ନିକଟ ବେଳାଭୂମିରେ ବସିଥିଲେ ।

ଏହିସମୟରେ ହଠାତ କାଳବୈଶାଖୀ ଓ ବଜ୍ରାଘାତ ହୋଇଥିଲା । ଏଥିରେ ଛାତ୍ର ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଏହାଦେଖି ପାନ୍ଥ ନିବାସରେ ରହୁଥିବା ପର୍ଯ୍ୟଟକମାନେ ସେଠାକାର ଦାୟିତ୍ବରେ ରହିଥିବା ଅଧିକାରୀ ସନ୍ତୋଷ କୁମାର ସାମନ୍ତରାୟଙ୍କୁ ଜଣାଇଥିଲେ । ଉଭୟଙ୍କୁ ଅମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଡାକ୍ତରଖାନା ପଠାଯାଇଥିଲା । ସେଠାରେ ଛାତ୍ର ଅମିତ୍ କୁମାର ନାୟକଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଛାତ୍ରୀ ଜଣଙ୍କ ଗୁରୁତର ରହିଛନ୍ତି ।

ମୃତ ଛାତ୍ର ଜଣଙ୍କ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ଦ୍ବିତୀୟ ବର୍ଷରେ ଅଧ୍ୟୟନ କରୁଥିଲେ । ସେ ପ୍ରଥମ ଛାତ୍ରାବାସରେ ରହୁଥିଲେ ଏବଂ ସେହିପରି ଛାତ୍ରୀ ଜଣକ ସେହି ବିଭାଗର ଦ୍ବିତୀୟ ବର୍ଷର ଛାତ୍ରୀ ବୋଲି ଜଣାପଡିଛି । ଅନ୍ୟପଟେ ଏ ନେଇ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ମୃତଦେହକୁ ବ୍ରହ୍ମପୁର MKCGରେ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.