ବ୍ରହ୍ମପୁର: କୋରୋନାକୁ ନେଇ ସାରା ଦେଶରେ ଜାରି ରହି ଥିବା ଲକଡାଉନକୁ ଅଧିକ କଡାକଡି କରିବା ପାଇଁ ବ୍ରହ୍ମପୁର ସହର ସମେତ ସାରା ଜିଲ୍ଲାରେ କରାଯାଇଛି ସଟଡାଉନ । ଯାହାକୁ ନେଇ ବ୍ରହ୍ମପୁର ସହରରେ ପୋଲିସ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଗୋଟିଏପଟେ ରାଜଧାନୀ ଭୁବନେଶ୍ବରରେ ଅଧିକ ସଂଖ୍ୟକ ପଜେଟିଭି ଚିହ୍ନଟ ହେବା ଚିନ୍ତାର ବିଷୟ ପାଲଟିଥିବା ବେଳେ ଏଭଳି ସମୟରେ ବ୍ରହ୍ମପୁର ସହରରେ ପୋଲିସ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି ।
ସାରା ଜିଲ୍ଲାର ସକାଳ ୭ଟା ଠାରୁ ଦିନ ୧୨ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବା ପାଇଁ ସମୟ ଦିଆଯାଇଥିବା ବେଳେ ସେଭଳି କୈଣସି ଜରୁରୀ କାର୍ଯ୍ୟ ନ ଥିଲେ ଘରୁ ବାହାରିବା ପାଇଁ ବାରଣ କରାଯାଇଛି ।ତେବେ ବ୍ରହ୍ମପୁରରେ କିଭଳି ରହିଛି ସଟଡାଉନ୍ ଏନେଇ ଅଧିକ ସୂଚନା ଦେଉଛନ୍ତି ଆମ ସମ୍ବାଦଦାତା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ