ETV Bharat / city

ବ୍ରହ୍ମପୁର ସହରକୁ ମିଳିଲା ଜାତୀୟ ପୁରସ୍କାର ବେଷ୍ଟ ମିଡିୟମ୍ ସିଟି

author img

By

Published : Nov 20, 2021, 10:58 PM IST

ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ରେ ବ୍ରହ୍ମପୁର ସହରକୁ ମିଳିଛି ଜାତୀୟ ପୁରସ୍କାର । ଅଧିକ ପଢନ୍ତୁ

Berhampur received the National Award for Best Medium City
ବ୍ରହ୍ମପୁର ସହରକୁ ମିଳିଲା ଜାତୀୟ ପୁରସ୍କାର ବେଷ୍ଟ ମିଡିୟମ୍ ସିଟି

ବ୍ରହ୍ମପୁର: ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ରେ ବ୍ରହ୍ମପୁର ସହରକୁ ମିଳିଛି ଜାତୀୟ ପୁରସ୍କାର । କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଭିନବତା ଏବଂ ଶ୍ରେଷ୍ଠ ଅଭ୍ୟାସ ପାଇଁ ରେଶମ ସହରକୁ ମିଳିଛି ଏଭଳି ପୁରସ୍କାର। ନୂଆଦିଲ୍ଲୀର ବିଜ୍ଞାନ ଭବନ ପରିସରରେ ଆୟୋଜିତ ସ୍ୱଚ୍ଛ ଅମୃତ ମହୋତ୍ସବ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସହର ପକ୍ଷରୁ ଏହି ପୁରସ୍କାରକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ,ବ୍ରହ୍ମପୁର ମହାନଗର ନିଗମର କମିଶନର ଡକ୍ଟର ସିଦ୍ଧେଶ୍ୱର ବଳିରାମ ବନ୍ଦୋର , ଅତିରିକ୍ତ କମିଶନର ଆଶୁତୋଷ ସାମଲ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବିଭାଗ ମନ୍ତ୍ରୀ ହରଦୀପ ସିଂ ପୁରୀ ଏହି ଅବସରରେ ଉପସ୍ଥିତ ରହିଥିଲେ ।

ଏପରିକି ବ୍ରହ୍ମପୁର ସହରରେ ଅଭିନବ ଭାବରେ ଛାତର ବର୍ଷା ଜଳକୁ ସଂଗ୍ରହ କରି କିପରି ତାହାରି ମାଧ୍ୟମରେ ଭୂତଳ ଜଳର ଉନ୍ନତି ପାଇଁ କାର୍ଯ୍ୟ ହୋଇପାରିବ ସେ ନେଇ କାର୍ଯ୍ୟ କରାଯାଇ ମହାନଗର ନିଗମ ପକ୍ଷରୁ 'ଜଳ ସଞ୍ଚୟ , ଶକ୍ତି ସଞ୍ଚୟ ଏବଂ ଅର୍ଥ ସଞ୍ଚୟ' ଅଭିଯାନ ମାଧ୍ୟମରେ ଏଭଳି ଲକ୍ଷ୍ୟ ରଖାଯାଇଥିଲା । ଯାହାକି ତିନିରୁ ୧୦ ଲକ୍ଷ ଜନସଂଖ୍ୟା ବର୍ଗର ସହରର ବିଶ୍ୱର ସର୍ବବୃହତ ପରିଷ୍କାର ପରିଚ୍ଛନ୍ନତା ସର୍ବେକ୍ଷଣରେ ୩୭୨ ଅଂଶଗ୍ରହଣକାରୀ ସହର ମଧ୍ୟରେ ୫୬ ତମ ସ୍ଥାନ ପାଇଥିବା କୁହାଯାଇଛି । ଏ ନେଇ ଡକ୍ୟୁମେଣ୍ଟ ଯାଞ୍ଚ, କ୍ଷେତ୍ର ମୂଲ୍ୟାଙ୍କନ ଏବଂ ଏକ ବର୍ଷର ବ୍ୟବଧାନରେ ନାଗରିକଙ୍କ ମତାମତ ନେଇ ଏଭଳି ସର୍ଭେ ଏକାଧିକ ପର୍ଯ୍ୟାୟରେ କରାଯାଇଥିଲା ।

ଏଭଳି ପୁରସ୍କାର ବ୍ରହ୍ମପୁର ମହାନଗର ନିଗମ ପାଇଁ ଏକ ଉଲ୍ଲେଖନୀୟ ସଫଳତା ହୋଇଥିବା ବେଳେ ଏହା ଅଧିକ ମାତ୍ରାରେ ଅଭିନବ ଅଭ୍ୟାସ ଗ୍ରହଣ କରିବା ସହିତ ଆଗାମୀ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୨ ରେ ଉନ୍ନତ ପ୍ରଦର୍ଶନ କରିବାକୁ ଆଶା ରଖିଥିବା କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.