ETV Bharat / city

ସାମାଜିକ ଦୂରତ୍ବ ପାଇଁ ରାସ୍ତାକଡରେ ହେଲା ବ୍ୟାରିକେଡ, ଲକ୍ଷେ ମାସ୍କ ବାଣ୍ଟିବ ପୋଲିସ - ବ୍ରହ୍ମପୁରରେ ଲକ୍ଷେ ମାସ୍କ ବଣ୍ଟନ କରିବ ପୋଲିସ

ବ୍ରହ୍ମପୁର ସହରରେ ସାମାଜିକ ଦୂରତ୍ବ ପାଇଁ ରାସ୍ତା କଡରେ ହେଲା ବ୍ୟାରିକେଡ । ବ୍ରହ୍ମପୁରରେ ଲକ୍ଷେ ମାସ୍କ ବଣ୍ଟନ କରିବ ପୋଲିସ । ସହରର ବିଭିନ୍ନ ବଜାରର ସ୍ଥିତି ଅନୁଧ୍ୟାନ କରିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଏସପି ପିନାକ୍ ମିଶ୍ର । ଅଧିକ ପଢନ୍ତୁ...

ସାମାଜିକ ଦୂରତ୍ବ ପାଇଁ ରାସ୍ତା କଡରେ ହେଲା ବ୍ୟାରିକେଡ,ବ୍ରହ୍ମପୁରରେ ଲକ୍ଷେ ମାସ୍କ ବଣ୍ଟନ କରିବ ପୋଲିସ

author img

By

Published : Jul 15, 2020, 10:10 PM IST

ବ୍ରହ୍ମପୁର: ସାମାଜିକ ଦୂରତ୍ବ ପାଇଁ ରାସ୍ତା କଡରେ ହେଲା ବ୍ୟାରିକେଡ । ଏପରିକି ବ୍ରହ୍ମପୁରରେ ଲକ୍ଷେ ମାସ୍କ ବଣ୍ଟନ କରିବ ପୋଲିସ । ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମଣ ବହୁ ମାତ୍ରାରେ ବୃଦ୍ଧି ପାଉଥିବା ବେଳେ ଏକ ପ୍ରକାର ଅଣାୟତ ସ୍ଥିତିରେ ବ୍ରହ୍ମପୁର ସହର । ଏଭଳି ସମୟରେ ସହରର ବିଭିନ୍ନ ସାହିରେ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ନେଇ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଉଛି ବିଭିନ୍ନ ପଦକ୍ଷେପ ।

ବ୍ରହ୍ମପୁର ସହରର ସମସ୍ତ ଭେଣ୍ଡିଙ୍ଗ୍ ଜୋନକୁ ଇତି ମଧ୍ୟରେ ସିଲ କରାଯାଇଥିବା ବେଳେ କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ କେବଳ ବିକ୍ରି କରିବା ପାଇଁ ଅନୁମତି ଦିଆଯାଇଛି । ପନିବାରିବା ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବସାୟୀକୁ ଖୋଲା ସ୍ଥାନରେ ବିକ୍ରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଭଳି ସ୍ଥଳେ ବ୍ୟବସାୟୀଙ୍କ ମଧ୍ୟରେ ସାମାଜିକ ଦୂରତ୍ବ ପାଳନ ପାଇଁ ରାସ୍ତା କଡରେ କରାଯାଇଛି ବ୍ୟାରିକେଡ ।

ସହରର ବିଭିନ୍ନ ବଜାରର ସ୍ଥିତି ଅନୁଧ୍ୟାନ କରିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଏସପି ପିନାକ୍ ମିଶ୍ର । ଏହି ଅବସରରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବଜାରରେ ପହଞ୍ଚି ବଜାରକୁ ଆସୁଥିବା ବ୍ୟକ୍ତି ବିଶେଷ ମାନେ କେଉଁ ସ୍ଥାନରେ ମୋଟର ସାଇକେଲ ରଖିବେ , କିଭଳି ଗହଳି ରହିବ ନାହିଁ ସେ ନେଇ ପଦକ୍ଷେପ ନେବାକୁ ଆଲୋଚନା କରାଯାଇଛି । ଏହି ଅବସରରେ ବ୍ରହ୍ମପୁର ସହରର ବ୍ୟବସାୟୀ ମାନଙ୍କୁ ମାସ୍କ ବଣ୍ଟନ କରିଥିଲେ ବ୍ରହ୍ମପୁର ଏସ୍.ପି । ଏପରିକି ସହରରେ ଏକ ଲକ୍ଷ ମାସ୍କ ବଣ୍ଟନ କରିବ ବୋଲି ବ୍ରହ୍ମପୁର ଏସ୍.ପି କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.