ETV Bharat / city

ଯୁକ୍ତ ଦୁଇ ରେଜଲ୍ଟ ନେଇ ଖୁସି ହେଲେ ବ୍ରହ୍ମପୁର ବିଦ୍ୟାର୍ଥୀ

author img

By

Published : Aug 1, 2021, 10:37 PM IST

ଶନିବାର ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବା ପରେ ବ୍ରହ୍ମପୁର ସହରସ୍ଥିତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ମାହୋଲ । ଅଧିକ ପଢନ୍ତୁ...

ଯୁକ୍ତ ଦୁଇ ରେଜଲ୍ଟ ନେଇ ଖୁସି ବ୍ୟକ୍ତ କଲେ ବ୍ରହ୍ମପୁର ବିଦ୍ୟାର୍ଥୀ

ବ୍ରହ୍ମପୁର: ଶନିବାର ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ । କେବଳ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ କରିଛି ବୋର୍ଡ । ତେବେ ଏହି ରେଜଲ୍ଟ ବାହାରିବା ପରେ ବ୍ରହ୍ମପୁର ସହରର ବିଭିନ୍ନ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ନିଜ ରେଜଲ୍ଟ ନେଇ ଛାତ୍ରଛାତ୍ରୀ ଖୁସି ଥିବା ପ୍ରକାଶ କରିଛନ୍ତି ।

ଗତକାଲି(ଶନିବାର) ରାତ୍ର ସମୟରେ ରେଜଲ୍ଟ ପ୍ରକାଶ ପରେ ସହରର ବିଭିନ୍ନ ଅନୁଷ୍ଠାନରେ ମିଠା ଖୁଆଇ ଏବଂ ଫୁଲ ଦେଇ ସର୍ବାଧିକ ନମ୍ବର ରଖିଥିବା ବିଦ୍ୟାର୍ଥୀଙ୍କୁ ଶୁଭେଚ୍ଛା ଜଣାଯାଇଥିଲା । ସହରର ଜୟପ୍ରକାଶ ନଗରସ୍ଥିତ ନାଳନ୍ଦା ବିଦ୍ୟା ମନ୍ଦିର ପରିସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିବା ଦେଖିବାକୁ ମିଳିଛି । ସେହିପରି ସହରର ନାଳନ୍ଦା ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ମଧ୍ୟ କୃତି ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.