ବ୍ରହ୍ମପୁର: ଶପଥ ନେଲେ ବିଏମସି(BeMC) ନବନିର୍ବାଚିତ ମେୟର ସଂଙ୍ଘମିତ୍ରା ଦଳେଇ । ପୂର୍ବରୁ ସଙ୍ଘମିତ୍ରା ଦଳେଇ ବ୍ରହ୍ମପୁର ମହାନଗର ନିଗମ ନିର୍ବାଚନରେ ବିଜୟୀ ହୋଇଥିବା ବେଳେ ଆଜି(ଶୁକ୍ରବାର) ଶପଥ ଗ୍ରହଣ କରିଛନ୍ତି । ବ୍ରହ୍ମପୁର ମହାନଗର ନିଗମ ସମ୍ମିଳନୀ କକ୍ଷରେ ସମ୍ବିଧାନର ବିଧି ବ୍ୟବସ୍ଥା ମଧ୍ୟରେ ସମସ୍ତ ନିର୍ବାଚିତ କର୍ପୋରେଟରଙ୍କ ଉପସ୍ଥିତିରେ ଶପଥ ପାଠ କରିଥିଲେ ।
ବ୍ରହ୍ମପୁର ମହାନଗର ନିଗମର କମିଶନର ସିଦ୍ଧେଶ୍ବର ବଳିରାମ ବନ୍ଦୋର, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ସମେତ ନିଗମର ଡେପୁଟି କମିଶନରଙ୍କ ଉପସ୍ଥିତରେ ଏହି ଶପଥ ପାଠ କରାଯାଇଥିଲା । ବ୍ରହ୍ମପୁର ସହରର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବି ବୋଲି କହିଛନ୍ତି ମେୟର୍ ସଂଘମିତ୍ରା ଦଳେଇ। ପ୍ରତି ୱାର୍ଡ ପରିଦର୍ଶନ କରି ସମସ୍ଯା, ଅସୁବିଧା ପରଖି ତାହାର ସମାଧାନ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁରର ନବନିର୍ବାଚିତ ମେୟର ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ