ETV Bharat / city

ବ୍ରହ୍ମପୁରରେ ବିଶ୍ୱର କ୍ଷୁଦ୍ରତମ ରଥ, ରେକର୍ଡ଼ ଆଶାରେ ଶିଳ୍ପୀ ସତ୍ୟ

ରଥଯାତ୍ରା ପୂର୍ବରୁ ଆଖିକୁ ଭଲ ଭାବରେ ଦେଖାଯାଉନଥିବା ଏହି ରଥକୁ କେବଳ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଆର୍ଶୀବାଦରୁ ହିଁ ପ୍ରସ୍ତୁତ ହୋଇପାରିଥିବା କହିଛନ୍ତି ଯୁବ ଶିଳ୍ପୀ ସତ୍ୟ । ବ୍ରହ୍ମପୁରର ଏହି ଶିଳ୍ପୀ ଜଣଙ୍କ ଗତ ୨୦୧୩ରୁ ପ୍ରଥମେ ଚକ୍‌ ପିସ୍‌ରେ ରଥ ନିର୍ମାଣ କରିଥିବା ବେଳେ ୨୦୧୫ରେ କାଠରେ ରଥ ନିର୍ମାଣ ଆରମ୍ଭ କରିଥିଲେ।

ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ କରି ରେକର୍ଡ଼ କଲେ ବ୍ରହ୍ମପୁରର ସତ୍ୟ

author img

By

Published : Jun 5, 2020, 7:31 PM IST

ବ୍ରହ୍ମପୁର: ବିଶ୍ୱରେ ସବୁଠାରୁ କ୍ଷୁଦ୍ରତମ ରଥ । ଏହାକୁ ନିର୍ମାଣ କରିବାର ନିଶା ଘାରିଛି ବ୍ରହ୍ମପୁରର ଜଣେ ଯୁବ ଶିଳ୍ପୀଙ୍କ ମନରେ । ଯାହାକୁ ନେଇ ଗତ କିଛି ବର୍ଷ ଧରି ସେ ନିଜର ଉଦ୍ୟମ ଜାରି ରଖିଛନ୍ତି । ଏହି ଯୁବ ଶିଳ୍ପୀ ହେଉଛନ୍ତି ସତ୍ୟ ମହାରଣା।

ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ କରି ରେକର୍ଡ଼ କଲେ ବ୍ରହ୍ମପୁରର ସତ୍ୟ

ବିଶ୍ବ ପ୍ରସିଦ୍ଧ ପୁରୀ ରଥର ଅବିକଳ ଏକ ଛୋଟ ରୂପକୁ ନେଇ ପ୍ରଥମେ ସେ ୧୪ ଇଞ୍ଚର ରଥ ପ୍ରସ୍ତୁତ କରିଥିଲେ । ପରେ ରେକର୍ଡର ଅଧିକାରୀ ହେବା ପରେ ମନରେ ଆରମ୍ଭ ହୋଇଥିଲା ବିଶ୍ବର ଛୋଟ ରଥର ନିର୍ମାଣ ପାଇଁ ଉଦ୍ୟମ। ଗତ କିଛି ବର୍ଷ ଧରି ଏଭଳି ପ୍ରାୟାସ ପରେ ଚଳିତବର୍ଷ ରଥଯାତ୍ରା ପୂର୍ବରୁ ସ୍କେଲର ସବୁଠାରୁ ଛୋଟ ଏମ୍.ଏମ୍ ବିଶିଷ୍ଟ ରଥ ତିଆରି କରି ପୁଣି ଆସିଛନ୍ତି ଚର୍ଚ୍ଚାକୁ।

ରଥଯାତ୍ରା ପୂର୍ବରୁ ଆଖିକୁ ଭଲ ଭାବରେ ଦେଖାଯାଉନଥିବା ଏହି ରଥକୁ କେବଳ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଆର୍ଶୀବାଦରୁ ହିଁ ପ୍ରସ୍ତୁତ ହୋଇପାରିଥିବା କହିଛନ୍ତି ଯୁବ ବାଲୁକା ଶିଳ୍ପୀ ସତ୍ୟ । ବ୍ରହ୍ମପୁରର ଏହି ଶିଳ୍ପୀ ଜଣଙ୍କ ଗତ ୨୦୧୩ରୁ ପ୍ରଥମେ ଚକ୍‌ ପିସ୍‌ରେ ରଥ ନିର୍ମାଣ କରିଥିବା ବେଳେ ୨୦୧୫ରେ କାଠରେ ରଥ ନିର୍ମାଣ ଆରମ୍ଭ କରିଥିଲେ। ପରେ ୨୦୧୬ ମସିହାରୁ ୧୪ ଇଞ୍ଚର ରଥ ପ୍ରଥମେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିଲେ। ପରେ ୨୦୧୭ ମସିହାରେ ୮ ଇଞ୍ଚର ଅଧେ କରି ଦିଲ୍ଲୀ ଯାଇ ବିଭିନ୍ନ ଦେଶର ପ୍ରତିନିଧିଙ୍କ ନିକଟରେ ପ୍ରଶଂସା ସାଉଁଟିଥିଲେ। ପରେ ୨୦୧୮ରେ ସାଢେ ଚାରି ଇଞ୍ଚ , ୨୦୧୯ ରେ ରଥଯାତ୍ରା ସମୟରେ ସାଢେ ଦୁଇ ଇଞ୍ଚ ଏବଂ ବାହୁଡାରେ ୧.୪ ଇଞ୍ଚର ରଥ ନିର୍ମାଣ କରିଥିଲେ । ସର୍ବଦା ରେକର୍ଡ଼ ହାସଲ କରିବା ଲକ୍ଷ୍ୟରେ ଉଦ୍ୟମ ଜାରି ରଖିଥିବା ଏହି ଶିଳ୍ପୀ ସତ୍ୟ ମହାରଣା ପୁଣି ଏକ କ୍ଷୁଦ୍ର କାରୁକାର୍ଯ୍ୟ କରି ରେକର୍ଡ଼ ହାସଲ କରିବାକୁ ଯାଉଛନ୍ତି ।

ଚଳିତଥର ପ୍ରଥମେ ୧.୩ ସେଣ୍ଟିମିଟର ଉଚ୍ଚତା ସହ ଓସାର ବିଶିଷ୍ଟ ନନ୍ଦିଘୋଷ ସଦୃଶ୍ୟ ରଥ ପ୍ରସ୍ତୁତ କରିବା ପରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତ୍ତମ ରଥ ନିର୍ମାଣ କରିଛନ୍ତି । ଏହା ମଧ୍ୟ ରେକର୍ଡ଼ ହାସଲ କରିବ ବୋଲି ସେ ଆଶା ରଖିଛନ୍ତି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.