ETV Bharat / city

Airlift Operation: ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀଙ୍କ ଉଦ୍ଧାର ପରେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା

author img

By

Published : May 10, 2022, 8:16 AM IST

Updated : May 10, 2022, 1:47 PM IST

କୋଷ୍ଟ ଗାର୍ଡଙ୍କ ସହାୟତାରେ ପ୍ରଥମେ ସ୍ଥାନୀୟ ଡଙ୍ଗା ସାହାଯ୍ୟରେ ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରାଯାଇଥିଲା । କିନ୍ତୁ ସମୁଦ୍ର ଅଶାନ୍ତ ରହିଥିବାରୁ ଏହା ସଫଳ ହୋଇନଥିଲା । ପରେ ଭୂବନେଶ୍ବରରୁ ଏକ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ । ଅଧିକ ପଢନ୍ତୁ

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀଙ୍କ ଉଦ୍ଧାର ପରେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା

ବ୍ରହ୍ମପୁର: ସମୁଦ୍ରରେ ଫସି ରହିଥିଲେ ମତ୍ସ୍ୟଜୀବୀ, କିପରି ହେଲେ ଉଦ୍ଧାର ସମସ୍ତ ଘଟଣା କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ମତ୍ସ୍ୟଜୀବୀମାନେ ନୂତନ ମୋଟର ବୋର୍ଟ କ୍ରୟ କରି ଘରକୁ ଫେରୁଥିବା ବେଳେ ଗଭୀର ସମୁଦ୍ର ମଧ୍ୟରେ ଫସି ରହିଥିଲେ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି, "ରାଜ୍ୟ ସରକାରଙ୍କ ସହାୟତାରେ ମତ୍ସ୍ୟଜୀବୀଙ୍କୁ ଏୟାରଲିପ୍ଟ ଜରିଆରେ ଉଦ୍ଧାର କରାଯାଇଥିଲା । ଗଞ୍ଜାମ ପ୍ରଶାସନ ପାଇଁ ଏହି ଉଦ୍ଧାର କାର୍ଯ୍ୟ ଏକ ନୂତନ ଅଭିଜ୍ଞତା ସାଉଣ୍ଟି ପାରିଛି । ବ୍ଳକସ୍ତରରୁ ସ୍ବତନ୍ତ୍ର ରିଲିଫ କମିଶନର ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ନେଇ ସମସ୍ତ ସୂଚନା ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟ ହୋଇଥିଲା । ସମସ୍ତ ଅଧିକାରୀଙ୍କ ମଧ୍ୟରେ ଉତ୍ତମ ସଂଯୋଜନା ଯୋଗୁଁ ଗଭୀର ସମୁଦ୍ରରେ ଫସିଥିବା ୧୧ଜଣ ମତ୍ସ୍ୟଜୀବୀଙ୍କୁ ସଠିକ ସମୟରେ ଉଦ୍ଧାର କରିବାରେ ସଫଳ ହୋଇଛି ।"

ଏହା ବି ପଢନ୍ତୁ...Airlift Operation: ସୁରକ୍ଷିତ ଉଦ୍ଧାର ପରେ ବ୍ରହ୍ମପୁର ଉପଜିଲ୍ଲାପାଳ, ମତ୍ସ୍ୟଜୀବୀଙ୍କ ପ୍ରତିକ୍ରିୟା

ଗଭୀର ସମୁଦ୍ର ମଧ୍ୟରେ ଏକ ବୋର୍ଟରେ କିଛି ମତ୍ସ୍ୟଜୀବୀ ଫସିଥିବା ସ୍ଥାନୀୟ ଲୋକେ ବ୍ଲକ ଏବଂ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ । ଏହାପରେ କୋଷ୍ଟ ଗାର୍ଡଙ୍କ ସହାୟତାରେ ପ୍ରଥମେ ସ୍ଥାନୀୟ ଡଙ୍ଗା ସାହାଯ୍ୟରେ ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରାଯାଇଥିଲା । କିନ୍ତୁ ସମୁଦ୍ର ଅଶାନ୍ତ ରହିଥିବାରୁ ଏହା ସଫଳ ହୋଇନଥିଲା । ପରେ ସମସ୍ତ ମତ୍ସ୍ୟଜୀବୀଙ୍କୁ ଏୟାରଲିପ୍ଟ କରିବା ପାଇଁ ଯୋଜନା କରାଯାଇଥିଲା ।

ଏହାପରେ ଭୂବନେଶ୍ବରରୁ ଏକ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ ଏବଂ ପାଖାପାଖି ୪୦ ମିନିଟ୍ ପରିଶ୍ରମ ପରେ ସମସ୍ତ ୧୧ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଏନେଇ ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ସୂଚନା ପ୍ରଦାନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : May 10, 2022, 1:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.