ETV Bharat / city

Bride Dharana: କୋର୍ଟରେ ହାଜର ହେଲେ ଉଭୟ ପକ୍ଷ, କାଲି ହେବ ଶୁଣାଣି - Berhampur Bride Protest

ସ୍ୱାମୀଙ୍କ ପାଖରେ ରହିବାକୁ ଦାବି କରି ୧୦ ଦିନ ହେଲା ଧାରଣାରେ ବସିଛନ୍ତି ଜଣେ ଡାକ୍ତର ଯୁବତୀ । ନ୍ୟାୟ ପାଇଁ ପୁନଃ ବ୍ରହ୍ମପୁର SDJM କୋର୍ଟରେ ଯୁବତୀଙ୍କ ପକ୍ଷରୁ ଆବେଦନ କରାଯାଇଥିଲା । ଏନେଇ ଯୁବତୀ, ତାଙ୍କ ସ୍ୱାମୀଙ୍କ ଓ ସ୍ବାମୀଙ୍କ ବାପା କୋର୍ଟରେ ହାଜର ହୋଇଥିଲେ । ଅଧିକ ପଢ଼ନ୍ତୁ

Bride Dharana: କୋର୍ଟରେ ହାଜର ହେଲ ଉଭୟ ପକ୍ଷ, କାଲି ହେବ ଶୁଣାଣି

author img

By

Published : Dec 1, 2021, 8:55 PM IST

ବ୍ରହ୍ମପୁର: ବ୍ରହ୍ମାନଗର ଦ୍ୱିତୀୟ ଲେନ୍‌ରେ ଶ୍ୱଶୁର ଘରେ ନିଜ ସ୍ୱାମୀଙ୍କ ପାଖରେ ରହିବାକୁ ଦାବି କରି ୧୦ ଦିନ ହେଲା ଧାରଣାରେ ବସିଛନ୍ତି ଜଣେ ଡାକ୍ତର ଯୁବତୀ । ନ୍ୟାୟ ପାଇଁ ପୁନଃ ବ୍ରହ୍ମପୁର SDJM କୋର୍ଟରେ ଯୁବତୀଙ୍କ ପକ୍ଷରୁ ଆବେଦନ କରାଯାଇଥିଲା । ଏନେଇ ଯୁବତୀ, ତାଙ୍କ ସ୍ୱାମୀଙ୍କ ଓ ସ୍ବାମୀଙ୍କ ବାପା କୋର୍ଟରେ ହାଜର ହୋଇଥିଲେ ।

ଯୁବତୀ ଜଣଙ୍କ ତାଙ୍କ ସ୍ୱାମୀଙ୍କ ନିକଟରେ ରହିବାକୁ ଚାହୁଁଥିବା ନେଇ ପିଟିସନ୍ ଦାଖଲ କରିଛନ୍ତି । ଏନେଇ କୋର୍ଟ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ଆପୋଷବୁଝାମଣା କରିବା ପାଇଁ ଗୋଟିଏ ଦିନ ସମୟ ଦେବା ସହ ଦୁଇପକ୍ଷ ମିଳିତ ଭାବରେ ଆଲୋଚନା କରିବାକୁ କହିଛନ୍ତି କୋର୍ଟ । ନଭେମ୍ବର ୨୦ ତାରିଖରେ ଯୁବତୀଙ୍କ ବାହାଘର ଥିଲା ।

Bride Dharana: କୋର୍ଟରେ ହାଜର ହେଲ ଉଭୟ ପକ୍ଷ, କାଲି ହେବ ଶୁଣାଣି

ମାତ୍ର ତାଙ୍କ ବର ସମେତ ଶାଶୁ ଘରର କୌଣସି ବ୍ୟକ୍ତି ବେଦୀରେ ପହଞ୍ଚି ନ ଥିଲେ । ଫଳରେ ସେ ସେବେଠାରୁ ଶାଶୁଘର ସମ୍ମୁଖରେ ଧାରଣାରେ ବସିଥିଲେ । ଏପରିକି ଗତ ଗୁରୁବାର ମଧ୍ୟ ସେ ଶାଶୁ ଘର ବାହାରେ ମାଣ ବସାଇଥିବା ଦେଖିବାକୁ ମିଳିଥିଲା । ଏହା ଧାରଣା ଆଜି ଦଶମ ଦିନରେ ପହଞ୍ଚିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.