ବ୍ରହ୍ମପୁର: ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବ୍ରହ୍ମପୁର ସହରରେ ଆସନ୍ତା ୨୪ ତାରିଖରେ ଆନ୍ଦୋଳନ କରିବ ବିଜୁ ଜନତା ଦଳ । ଦଳ ପକ୍ଷରୁ ଏ ନେଇ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଏବଂ ବ୍ରହ୍ମପୁରର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଉପସ୍ଥିତିରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦଳର ମହିଳା, ଯୁବକ, ଛାତ୍ରଙ୍କ ଠାରୁ ଆରମ୍ଭ କରି ସମସ୍ତ ନେତୃବୃନ୍ଦ ଯୋଗ ଦେଇଥିଲେ ।
ତେବେ 24ରେ ଦିଆଯାଇଥିବା ଡାକରାକୁ କିପରି ସଫଳ କରାଯିବ, ସେ ନେଇ ସମସ୍ତ ୱାର୍ଡ ସ୍ତରରୁ ଏହି ପ୍ରତିବାଦ ସଭାରେ ଯୋଗଦାନ କରିବା ପାଇଁ ଆଲୋଚନା କରାଯାଇଥିଲା । ଏପଟେ ଗ୍ୟାସ ଦର ହ୍ରାସ ନପାଇବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବା ସହିତ ଏହାକୁ ବ୍ୟାପକ କରାଯିବାକୁ ସ୍ଥିର କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ