ETV Bharat / city

Bride Dharana; SDJM କୋର୍ଟରେ ପହଞ୍ଚିଲେ ତପସ୍ବିନୀ - ବ୍ରହ୍ମପୁର ଯୁବତୀ ଧାରଣା ଘଟଣା

ଶାଶୁ ଘର ସମ୍ମୁଖରେ ଧାରଣା(Berhampur Bride Dharana)ରେ ବସିଥିବା ଯୁବତୀଙ୍କ ମାମଲାର ଆଜି ହେଉଛି ଶୁଣାଣି । SDJM କୋର୍ଟରେ ପହଞ୍ଚିଛନ୍ତି ସମ୍ପୃକ୍ତ ଯୁବତୀ । ଅଧିକ ପଢନ୍ତୁ

Bride Dharana: SDJM କୋର୍ଟରେ ପହଞ୍ଚିଲେ ତପସ୍ବିନୀ

author img

By

Published : Nov 27, 2021, 12:35 PM IST

ବ୍ରହ୍ମପୁର: ଆଜି ଯୁବତୀ ଶାଶୁ ଘର ସମ୍ମୁଖରେ ଧାରଣା ବସିବା ଘଟଣାର ହେବ ଶୁଣାଣି । SDJM କୋର୍ଟରେ ପହଞ୍ଚିଛନ୍ତି ସମ୍ପୃକ୍ତ ଯୁବତୀ ତପସ୍ବିନୀ ଦାଶ । ଦୀର୍ଘ ୬ ଦିନ ଧରି ଶାଶୁ ଘର ଆଗରେ ଧାରଣାରେ ବସିଥିବା ଯୁବତୀଙ୍କ ମାମଲା ଆଜି ସମାଧାନ ହେବ ବୋଲି ଆଶା କରାଯାଉଛି ।

ଶାଶୁ ଘରେ ରହିବା ଦାବିରେ ଧାରଣାରେ ବସିଥିବା ତପସ୍ବିନୀ ଦାଶ ଆଜି କୋର୍ଟରେ ହାଜର ହୋଇଛନ୍ତି । ବେଦୀକୁ ବର ନ ଆସିବା ଏବଂ କୋର୍ଟ ମ୍ୟାରେଜ ପରେ ବୋହୂକୁ ଘରକୁ ନ ନେବା ଅଭିଯୋଗରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ତପସ୍ବିନୀ । ଆଜି ତାଙ୍କ ଅଭିଯୋଗର ଶୁଣାଣି କରିବେ SDJM କୋର୍ଟ । ଏଥିପାଇଁ ସୁରକ୍ଷା ମଧ୍ୟରେ କୋର୍ଟରେ ପହଞ୍ଚିଛନ୍ତି ତପସ୍ବିନୀ । ତେବେ ମାମଲାର ଶୁଣାଣି ପରେ ତପସ୍ବିନୀଙ୍କ ଧାରଣାର ପୂର୍ଣ୍ଣଚ୍ଛେଦ ପଡିବ ବୋଲି ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:-Bride Dharana: ଶାଶୂଘର ଆଗରେ ଧାରଣାରେ ବସିଥିବା ଯୁବତୀଙ୍କୁ ଭେଟିଲା ସାମାଜିକ ସଂଗଠନ

ସୂଚନା ଅନୁଯାୟୀ ଗତ ୨୦ରେ ତାଙ୍କ ବାହାଘର ଥିଲା । ମାତ୍ର ତାଙ୍କ ବର ସମେତ ଶାଶୁ ଘରର କୌଣସି ବ୍ୟକ୍ତି ବେଦୀରେ ପହଞ୍ଚି ନ ଥିଲେ । ଫଳରେ ସେ ସେବେଠାରୁ ଶାଶୁଘର ସମ୍ମୁଖରେ ଧାରଣାରେ ବସିଥିଲେ । ଏପରିକି ଗତ ଗୁରୁବାର ମଧ୍ୟ ସେ ଶାଶୁ ଘର ବାହାରେ ମାଣ ବସାଇଥିବା ଦେଖିବାକୁ ମିଳିଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.