ETV Bharat / city

ବ୍ରହ୍ମପୁର ବିଜେପି ପକ୍ଷରୁ କଳା ଦିବସ ପାଳନ

ସ୍ୱାୟତ୍ତ ଶାସନ ଦିବସ ଅବସରରେ ବ୍ରହ୍ମପୁର ସହରରେ ବିଜେପି ପକ୍ଷରୁ କଳାଦିବସ ପାଳନ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Aug 31, 2020, 9:44 PM IST

ବ୍ରହ୍ମପୁର ବିଜେପି ପକ୍ଷରୁ କଳା ଦିବସ ପାଳନ
ବ୍ରହ୍ମପୁର ବିଜେପି ପକ୍ଷରୁ କଳା ଦିବସ ପାଳନ

ବ୍ରହ୍ମପୁର: ସ୍ୱାୟତ୍ତ ଶାସନ ଦିବସ ଅବସରରେ ବ୍ରହ୍ମପୁର ସହରରେ ବିଜେପି ପକ୍ଷରୁ କଳାଦିବସ ପାଳନ କରାଯାଇଛି । ସହରର ଗାନ୍ଧୀନଗର ଛକ ନିକଟସ୍ଥ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଦଳର ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତିଙ୍କ ନେତୃତ୍ୱରେ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ସରକାରଙ୍କ ପକ୍ଷରୁ ଏହି କଳା ଦିବସ ପାଳନ କରାଯାଇଥିଲା ।

ବ୍ରହ୍ମପୁର ବିଜେପି ପକ୍ଷରୁ କଳା ଦିବସ ପାଳନ

ବ୍ରହ୍ମପୁର ସହରର ଉନ୍ନତି ପାଇଁ କରାଯାଉଥିବା ବିଭିନ୍ନ ଘୋଷଣା କାର୍ଯ୍ୟକାରୀ ହେଉନଥିବା ବେଳେ ଜାନିବିଲି ପ୍ରକଳ୍ପ କାର୍ଯ୍ୟକାରୀ ନହେବା, ଅସରାଏ ବର୍ଷାରେ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହିବା ଭଳି ସମସ୍ୟାର ସମାଧାନ ହେଉନଥିବା ଅଭିଯୋଗ କରିଛି ବିଜେପି । ସେହିପରି ବ୍ରହ୍ମପୁର ମହାନଗର ନିଗମ ୧୫୩ ତମ ସ୍ୱାୟତ୍ତ ଶାସନ ଦିବସପାଳନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.