ବ୍ରହ୍ମପୁର: ଗାନ୍ଧୀ ଚଷମାରେ ସ୍ବଚ୍ଛ ଭାରତ ସଚେତନତାର ବାର୍ତ୍ତା । ସମାଜର ଦୃଷ୍ଟିଭଙ୍ଗୀ ପରିବର୍ତ୍ତନ ଉଦ୍ଦେଶ୍ୟରେ ଏହାକୁ ତିଆରି କରିଛନ୍ତି ବ୍ରହ୍ମପୁରର ଦକ୍ଷ ଓ କୁଶଳୀ ଶିଳ୍ପୀ ହରିଗୋବିନ୍ଦ ମହାରଣା । ଗାଡିର ବିଭିନ୍ନ ପାର୍ଟରୁ ତିଆରି ହୋଇଥିବା ଏହି ଚଷମାର ଲମ୍ବ 75 ଇଞ୍ଚ, ଓସାର 34 ଇଞ୍ଚ, ଓଜନ 40 କିଲୋଗ୍ରମା । ଏହାର ପ୍ରସ୍ତୁତି ପାଇଁ 4ରୁ 5 ଦିନର ସମୟ ଲାଗିଥିଲା ।
ସାରା ଦେଶ 73 ତମ ସ୍ବାଧିନତା ଦିବସ ପାଳିବାକୁ ତୟାର । ଏହି ଉପଲକ୍ଷେ ଏକ ଭିନ୍ନ ଓ ସ୍ବତନ୍ତ୍ର କାରିଗରି କୌଶଳ ପ୍ରୟୋଗ କରି ଲୋକଙ୍କୁ ସଚେତନ କରିବାକୁ ଆଗେଇଆସିଛନ୍ତି ଏହି ଶିଳ୍ପୀ ଜଣଙ୍କ । ତିଆରି କରିଛନ୍ତି ଏହି ସ୍ବଚ୍ଛ ଭାରତ ଚଷମା ।
ସ୍ବଚ୍ଛ ଭାରତ ମିଶନ କୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ଲାଗୁ କରାଯାଉଛି । ଏଥିସହ ସେସବୁ କିପରି ସଠିକ ଭାବେ କାର୍ଯ୍ୟକାରୀ ହେବ ସେ ନେଇ ମଧ୍ୟ ବିଭିନ୍ନ ପ୍ରୟାସ ଜାରି ରହିଛି । ତେବେ କେବଳ ସରକାରୀ ସ୍ତରରେ ନୁହେଁ ସାଧାରଣ ଜନତାଙ୍କ ପାଖରେ ସ୍ବଚ୍ଛ ଭାରତ ମିଶନ ବାର୍ତ୍ତା ଯେପରି ପହଞ୍ଚିବ ସେଥିପାଇଁ ସ୍ବତଃପ୍ରବୃତ୍ତ ଭାବେ ଏଭଳି ନିଆରା ପ୍ରୟାସ କରି ଚର୍ଚ୍ଚିତ ହୋଇଛନ୍ତି ହରିଗୋବିନ୍ଦ ।
ବିଶେଷ କରି ରେଶମ ସହରକୁ ସରସ ସୁନ୍ଦର କରି ଗଢି ଗଢିତୋଳିବା ପାଇଁ ପ୍ରଶାସନ ପକ୍ଷରୁ ଅଭିଯାନ ଜାରି ରହିଥିବା ବେଳେ ସହରବାସୀ ଙ୍କୁ ଏ ନେଇ ଆହୁରି ଅଧିକ ଉତ୍ସାହିତ କରିବା ପାଇଁ ସ୍ବଚ୍ଛ ଭାରତ ଚଷମା ତିଆରି କରିଥିବା କହିଛନ୍ତି ହରିଗୋବିନ୍ଦ । ସେ ସେଥିରେ ପତଳା ଲୁହା ପାଇପ ସହ ବସ କାଚ ବ୍ୟବହାର କରିଛନ୍ତି । ଏହାକୁ ନିର୍ମାଣ ପାଇଁ 4 ଦିନ ସମୟ ଲାଗିଥିବା ବେଳେ ଏଥିପାଇଁ ସେ 7 ହଜାର ଟଙ୍କା ବ୍ୟୟ କରିଥିବା କହିଛନ୍ତି । ହରିଗୋବିନ୍ଦ ପୁର୍ବରୁ ବିଭିନ୍ନ ପ୍ରକାର ଖାଦ୍ୟଶସ୍ୟରେ ଦୁଇ ଫୁଟର ଏକ ରଥ ନିର୍ମାଣ କରିଥିବା ବେଳେ ବିଶ୍ବ ହକି କ୍ରୀଡା ସମୟରେ ଖାଦ୍ୟ ପଦାର୍ଥରେ ସେ ହକି ଷ୍ଟାଡିୟମ ତିଆରି କରିଥିବାର ନଜିର ରହିଛି।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ