ବ୍ରହ୍ମପୁର: ସିଏଏ ସମର୍ଥନ ରାଲି ଯୋଗଦେଇ ଉପସ୍ଥିତ କର୍ମୀଙ୍କ ମନ ମୋହିଲେ କେନ୍ଦ୍ରମନ୍ତ୍ରୀ ତଥା ଲୋକପ୍ରିୟ କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟୋ। ବାବୁଲଙ୍କ ବିଷୟରେ କହିଲେ ସାଧାରଣ ଶ୍ରୋତା ମନେ ପକାନ୍ତି ତାଙ୍କ ସୁମଧୁର ସେହି ଓଡ଼ିଆ ସଙ୍ଗୀତକୁ ।
କେନ୍ଦ୍ରମନ୍ତ୍ରୀଙ୍କ ବ୍ରହ୍ମପୁର ଗ୍ରସ୍ତ ଅବସରରେ ସଭା ମଞ୍ଚରେ ଅଭିଭାଷଣ ରଖିବା ପରେ ସମସ୍ତଙ୍କୁ ଅଧିକ ଆକର୍ଷଣୀୟ କରିଥିଲା ବାବୁଲ ସୁପ୍ରିୟୋଙ୍କ ସେହି ପୁରୁଣା ଓଡିଆ ସଙ୍ଗୀତ ବାଟରେ ଚାଲୁ ଚାଲୁ କେବେ କିଏ ଦେଖାହୁଏ । ଗୀତର ତାଳେ ତାଳେ ଝୁମିଥିଲେ ଉପସ୍ଥିତ ଦର୍ଶକ ଓ ବିଜେପି କର୍ମୀ।
ପରେ କହୋନା ପ୍ୟାର ହେ ଗୀତ ଗାଇ ଉପସ୍ଥିତ ବିଜେପି ଦଳର ନେତା ଓ କର୍ମୀଙ୍କୁ ଅଧିକ ଉତ୍ସାହିତ କରିଥିବା ଦେଖା ଯାଇଥିଲା। ତାଙ୍କର ଏହି ମନଛୁଆଁ ଗୀତରେ କର ତାଳିର ବର୍ଷା କରିଥିଲେ ଉପସ୍ଥିତ ଦର୍ଶକେ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ
Conclusion: