ବ୍ରହ୍ମପୁର: ସହରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି । ପ୍ରଶାସନ ପକ୍ଷରୁ ଆୟୋଜିତ ପଦଯାତ୍ରାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିଜୟ କୁମାର ଦାସ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିବା ବେଳେ ଜିଲ୍ଲା କୋର୍ଟ ପରିସରରୁ ବାହାରି ମେଡିକାଲ କ୍ୟାମ୍ପସ ହାଇସ୍କୁଲ ପର୍ଯ୍ୟନ୍ତ ପରିକ୍ରମା କରିଥିଲେ ।
ମୁଖ୍ୟତଃ ଏହି କାର୍ଯ୍ୟକ୍ରମରେ ସମାଜକୁ ବିଭିନ୍ନ ପ୍ରକାର ଆଇନ ସମ୍ପର୍କରେ ସଚେତନତା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ପାରାଲିଗାଲ ସ୍ବେଚ୍ଛାସେବୀ, ଆଇନଜୀବୀ, ବହୁ ସ୍ବେଚ୍ଛାସେବୀଙ୍କ ସମେତ ବ୍ରହ୍ମପୁର ସ୍କେଟିଂ ଏକାଡେମୀର ବିଦ୍ୟାର୍ଥୀମାନେ ସାମିଲ ଦେଇଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ