ETV Bharat / city

ବ୍ରହ୍ମପୁର ତପସ୍ବିନୀ-ସୁମିତ ମାମଲା: କୋର୍ଟରେ ରିପୋର୍ଟ ଦାଖଲ କଲେ ଆସିକା ଥାନା ଅଧିକାରୀ ଓ ଏସଡିପିଓ - ତପସ୍ବିନୀ ସୁମିତ ବିବାହ ବିଚ୍ଛେଦ ମାମଲା

ତପସ୍ବିନୀ ଏବେ ସ୍ବାମୀଙ୍କ ସହ ଆସିକାରେ ରହୁଛନ୍ତି । ସ୍ବାମୀ ଓ ସ୍ତ୍ରୀ ଗୋଟିଏ ସ୍ଥାନରେ ଏକ ସପ୍ତାହ ଧରି ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ବ୍ରହ୍ମପୁର SDJM କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ କୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି ଆସିକା ଥାନା ଅଧିକାରୀ ଓ ଏସ୍.ଡି.ପି.ଓ । ଅଧିକ ପଢନ୍ତୁ

କୋର୍ଟରେ ରିପୋର୍ଟ ଦାଖଲ କଲେ ଆସିକା ଥାନା ଅଧିକାରୀ ଓ ଏସଡିପିଓ

author img

By

Published : Dec 9, 2021, 10:43 PM IST

ବ୍ରହ୍ମପୁର : ତପସ୍ବିନୀ ଏବେ ସ୍ବାମୀଙ୍କ ସହ ଆସିକାରେ ରହୁଛନ୍ତି । ସ୍ବାମୀ ଓ ସ୍ତ୍ରୀ ଗୋଟିଏ ସ୍ଥାନରେ ଏକ ସପ୍ତାହ ଧରି ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ବ୍ରହ୍ମପୁର SDJM କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ କୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି ଆସିକା ଥାନା ଅଧିକାରୀ ଓ ଏସ୍. ଡି. ପି. ଓ ।

କୋର୍ଟରେ ରିପୋର୍ଟ ଦାଖଲ କଲେ ଆସିକା ଥାନା ଅଧିକାରୀ ଓ ଏସଡିପିଓ

ଦୁହେଁ କିପରି ରହୁଛନ୍ତି । ତାହାକୁ ପ୍ରତ୍ୟକ ଦିନ ପ୍ରୋକ୍ଟୋସନ ଅଫିସର ଅନୁଧ୍ୟାନ କରି ରିପୋର୍ଟ ଦାଖଲ ଆଜିର ଦିନ ଧାର୍ଯ୍ୟ କରାଯାଇଥିଲା । ନିର୍ଦ୍ଧାରିତ ସମୟରେ ଦୁଇ ଅଧିକାରୀ କୋର୍ଟରେ ଏହାକୁ ଦାଖଲ କରିଥିଲେ। ଏପରିକି ଆଜି ସୁମିତଙ୍କ ପରିବାର ପକ୍ଷରୁ କୋର୍ଟରେ ମୁଖ୍ୟ ଆବେଦନ ଉପରେ ନିଜର ଏକ ପିଟିସନ୍ ଦାଖଲ କରିବାକୁ ରହିଥିବାବେଳେ ସେମାନେ ଏଥିପାଇଁ ଏକ ସପ୍ତାହ ସମୟ ନେଇଥିବା କୋର୍ଟରେ ଆବେଦନ କରିଥିବାବେଳେ ଏହାକୁ କୋର୍ଟ ଗ୍ରହଣ କରିଥିଲା ।

ସେପଟେ ଦୁଇ ଅଧିକାରୀଙ୍କ ରିପୋର୍ଟ ପରେ ଆଜି( ଗୁରୁବାର) କୋର୍ଟ ତାଙ୍କ ପରବର୍ତ୍ତୀ ରାୟ ପ୍ରକାଶ ପାଇବ ବୋଲି କହିଛନ୍ତି ଆବେଦନକାରୀ ତପସ୍ବିନୀ ଦାଶଙ୍କ ଓକିଲ। ସୂଚନା ଅନୁସାରେ, ୧୧ ଦିନ ଧରି ସ୍ବାମୀଙ୍କ ସହ ରହିବାକୁ ଧାରଣାରେ ବସିଥିବା ଯୁବତୀଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଥିଲେ ବ୍ରହ୍ମପୁର SDJM କୋର୍ଟ । ସ୍ବାମୀଙ୍କ ସହ ଆସିକାରେ ରହିବାକୁ ବ୍ରହ୍ମପୁର SDJM କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ୧୧ ଦିନ ଧରି ବ୍ରହ୍ମାନଗର ଲେନ୍‌ ଦୁଇରେ ନିଜ ଶ୍ବଶୁର ଘର ସମ୍ମୁଖରେ ସ୍ବାମୀଙ୍କ ସହିତ ରହିବା ପାଇଁ ଧାରଣାରେ ବସିଥିଲେ ତପସ୍ବିନୀ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.