ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ପୁଣି ଜଣେ କୋଭିଡ୍ ଯୋଦ୍ଧାଙ୍କ ଯାଇଛି ଜୀବନ । ମହାନଗର ନିଗମର ସହକାରୀ ଯନ୍ତ୍ରୀ କୈଳାସ ଚନ୍ଦ୍ର ନାୟକଙ୍କ କୋରୋନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ସେ ସହରରେ କୋଭିଡ କାର୍ଯ୍ୟରେ ନିୟୋଜିତ ରହିଥିବା ବେଳେ ଗୁରୁତ୍ତର ଅବସ୍ଥାରେ ଚିକିତ୍ସା ପାଇଁ ଭୁବନେଶ୍ୱର ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।
![ପୁଣି ଜଣେ କୋଭିଡ୍ ଯୋଦ୍ଧାଙ୍କର କୋରୋନାରେ ମୃତ୍ୟୁ](https://etvbharatimages.akamaized.net/etvbharat/prod-images/od-bam-condolences-to-one-covid-warrior-7205524_23072020190617_2307f_1595511377_864.jpg)
![ପୁଣି ଜଣେ କୋଭିଡ୍ ଯୋଦ୍ଧାଙ୍କର କୋରୋନାରେ ମୃତ୍ୟୁ](https://etvbharatimages.akamaized.net/etvbharat/prod-images/od-bam-condolences-to-one-covid-warrior-7205524_23072020190617_2307f_1595511377_791.jpg)
ସହକାରୀ ଯନ୍ତ୍ରୀଙ୍କ ବିୟୋଗ ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଲିଯାଇଛି । ଅନ୍ୟପଟେ ଗଞ୍ଜାମ ଜିଲ୍ଲାପାଳ ଆଗଧାଡିରେ କାର୍ଯ୍ୟରତ ଥ କୋରୋନା ଯୋଦ୍ଧାଙ୍କ ବିୟୋଗକୁ ନେଇ ଶୋକ ପ୍ରକାଶ କରିବା ସହ ସଂପୂର୍ଣ୍ଣ ଜିଲ୍ଲାପ୍ରଶାସନ ସେହି ଯୋଦ୍ଧାଙ୍କ ସହିତ ରହିଥିବା ଟୁଇଟ୍ ଯୋଗେ ଶୋକ ପ୍ରକାଶ କରାଯାଇଛି । ପୂର୍ବରୁ ଗଞ୍ଜାମ ଜିଲ୍ଲାର ନଅ ଜଣ କୋଭିଡ୍ ଯୋଦ୍ଧାଙ୍କ ମୃତ୍ୟୁ ଘଟିଥିଲା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ