ETV Bharat / city

ବିଜେପି ଦଳର ନେତାଙ୍କ କାରରୁ ଜବତ ହେଲା ଟଙ୍କା, ଥାନାରେ ୪ ଅଟକ

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅଞ୍ଚଳରେ ପୋଲିସ ଏକ କାରରୁ ଜବତ କରିଛି ୫ ଲକ୍ଷ ୩୬ହଜାର ଟଙ୍କା । ଏହି ଘଟଣାରେ ଗାଡି ଚାଳକ ସମେତ ମୋଟ ଚାରି ଜଣଙ୍କୁ ଥାନାରେ ଅଟକ ରଖାଯାଇଛି ।

author img

By

Published : Mar 28, 2019, 4:00 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ନିର୍ବାଚନକୁ ଆଖିଆଗରେ ରଖି ପ୍ରଶାସନ ପକ୍ଷରୁ ରାଜ୍ୟରେ ସୁରକ୍ଷାବ୍ଯବସ୍ଥା କଡାକଡି ହୋଇଯାଇଛି । ତେବେ ନିର୍ବାଚନ ପୂର୍ବରୁ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅଞ୍ଚଳରେ ପୋଲିସ ଏକ କାରରୁ ଜବତ କରିଛି ୫ ଲକ୍ଷ ୩୬ହଜାର ଟଙ୍କା । ଏହି ଘଟଣାରେ ଗାଡି ଚାଳକ ସମେତ ମୋଟ ଚାରି ଜଣଙ୍କୁ ଥାନାରେ ଅଟକ ରଖାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର ସହରରୁ ମୋହନା ଅଞ୍ଚଳକୁ ଏକ ଇନୋଭା କାର (ନଂ - ଓ.ଆର୍.୦୨ ବିସି ୮୮୯୯ )ରେ ଏହି ଟଙ୍କାକୁ ବିଜେପି ଦଳୀୟ ବ୍ୟକ୍ତି ବିଶେଷ ମାନେ ନେଇ ଯାଉଥିଲେ । ଏହି ସମୟରେ ଦିଗପହଣ୍ଡି ଥାନାର ପୁଞ୍ଜିକଆଁ ଛକ ନିକଟରେ ଯାଞ୍ଚ କରାଯାଇଥିଲା । ତେବେ ଯାଞ୍ଚରେ କାରରୁ ମୋଟ 5 ଲକ୍ଷ ୩୬ ହଜାର ଟଙ୍କା ଜବତ କରାଯାଇଛି । ଏହି କାରରେ ବିଜେପି ଦଳର ନେତା କୁହାଯାଉଥିବା ପ୍ରଭାରୀ ପବିତ୍ର ମୋହନ ଦାଶ , କୁଞ୍ଜ ବିହାରି ପରିଡା , ବିଶ୍ୱମୋହନ ଦାଶଙ୍କୁ ଅଟକ ରଖାଯାଇଛି ।

ଏହା ପରେ ପ୍ରଶାସନ ପକ୍ଷରୁ ଏତେ ପରିମାଣର ଟଙ୍କା କେଉଁଠାରୁ ଆସିଲା ଏବଂ କେଉଁ ଉଦ୍ଦେଶ୍ୟରେ ଯାଉଥିଲା ତାହାକୁ ଅନୁଧ୍ୟାନ କରାଯାଉଛି । ତେବେ ଏମାମଲାରେ ସଂପୃକ୍ତ ନେତାଙ୍କୁ ଜେରା କରିବା ବେଳେ ସ୍ଥାନୀୟ ତହସିଲଦାର ଅଦିତ୍ୟ କୁମାର ସ୍ବାଇଁଙ୍କ ସମେତ ସ୍ଥାନୀୟ ପ୍ରଶାସନର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

story

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.