ETV Bharat / city

ନିଶା ଶୁଙ୍ଘାଇ ଶିକ୍ଷକଙ୍କ ଠାରୁ ଟଙ୍କା ଓ ସୁନା ଲୁଟ ଅଭିଯୋଗ

author img

By

Published : Nov 8, 2020, 10:38 PM IST

ରାୟଗଡ଼ା ଜିଲ୍ଲା ବନ୍ଧୁଗାଁ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ବି. ଶ୍ରୀନିବାସ ରେଡ୍ଡୀଙ୍କୁ କୌଣସି ଦୁର୍ବୃତ୍ତ ଚଳନ୍ତା ଗାଡିରେ ନିଶାଦ୍ରବ୍ୟ ଶୁଙ୍ଘାଇ ତାଙ୍କଠାରୁ ଟଙ୍କା ଓ ସୁନା ମୁଦି ନେଇ ଚମ୍ପଟ ମାରିଥିବା ଜଣାପଡିଛି । ଅଧିକ ପଢନ୍ତୁ:

ଶିକ୍ଷକଙ୍କ ଠାରୁ ଟଙ୍କା ଓ ସୁନା ଲୁଟ ଅଭିଯୋଗ
ଶିକ୍ଷକଙ୍କ ଠାରୁ ଟଙ୍କା ଓ ସୁନା ଲୁଟ ଅଭିଯୋଗ

ବ୍ରହ୍ମପୁର: ଚଳନ୍ତା ବସରେ ନିଶା ଦେଇ ଲୁଟିନେଲେ ଦୁର୍ବୃତ୍ତ । ଜଣେ ଶିକ୍ଷକଙ୍କୁ ନିଶା ଦେଇ ତାଙ୍କଠାରୁ ଟଙ୍କା ଓ ସୁନା ଲୁଟି ନେଇଥିବା ଅଭିଯୋଗ ଆସିଛି । ରାୟଗଡ଼ା ଜିଲ୍ଲା ବନ୍ଧୁଗାଁ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ବି. ଶ୍ରୀନିବାସ ରେଡ୍ଡୀଙ୍କୁ କୌଣସି ଦୁର୍ବୃତ୍ତ ଚଳନ୍ତା ଗାଡିରେ ନିଶାଦ୍ରବ୍ୟ ଶୁଙ୍ଘାଇ ତାଙ୍କଠାରୁ ଟଙ୍କା ଓ ସୁନା ମୁଦି ନେଇ ଚମ୍ପଟ ମାରିଥିବା ଜଣାପଡିଛି ।

loot
ନିଶା ଶୁଙ୍ଘାଇ ଶିକ୍ଷକଙ୍କ ଠାରୁ ଲୁଟ ଅଭିଯୋଗ

ଏହି ଶିକ୍ଷକ ଶ୍ରୀନିବାସଙ୍କ ଘର ସାନଖେମୁଣ୍ଡି ବ୍ଲକ ତଥା ସଦରଥାନା ଅନ୍ତର୍ଗତ ଗୌତମୀ ଗ୍ରାମର ବୋଲି ଜଣାପଡିଛି । ସୂଚନାନୁଯାୟୀ, ଶିକ୍ଷକ ଜଣକ ଶନିବାର ସକାଳୁ ରାୟଗଡ଼ାରୁ ଏକ ଘରୋଇ ବସରେ ନିଜ ଗ୍ରାମ ଗୌତମୀ ଫେରୁଥିବା ସମୟରେ ପାଖ ସିଟରେ ବସିଥିବା କୌଣସି ଦୃର୍ବୁତ୍ତ ଏଭଳି କରିଥିବା କୁହାଯାଇଛି ।

ଏହାପରେ ଲୁଟେରା ଜଣକ ନାକରେ କୌଣସି ନିଶାଶକ୍ତ ଦ୍ରବ୍ୟ ସୁଙ୍ଘାଇ ଚେତାଶୂନ୍ୟ କରିବା ପରେ ଶ୍ରୀନିବାସଙ୍କ ମନିପର୍ସରେ ଥିବା ଟଙ୍କା ଓ ହାତରୁ ସୁନାମୁଦି ଲୁଟି ନେଇ ଫେରାର ହୋଇଯାଇଥିଲା । ଏପଟେ ପରିବାର ଲୋକେ ବାରମ୍ବାର ଫୋନ କରିବା ସତ୍ତ୍ବେ ଶ୍ରୀନିବାସଙ୍କ ଫୋନ ନଉଠାଇବାରୁ ପରିବାର ଲୋକଙ୍କ ମନରେ ସନ୍ଦେହ ହୋଇଥିଲା । ଯାହାକି ସେମାନେ ଦିଗପହଣ୍ଡି ବସଷ୍ଟାଣ୍ଡ ନିକଟରେ ବସକୁ ଅପେକ୍ଷା କରିଥିଲେ ।

ବସଷ୍ଟାଣ୍ଡରେ ଗାଡି ପହଞ୍ଚିବା ପରେ ପରିବାର ଲୋକେ ଗାଡ଼ି ଭିତରକୁ ଯାଇ ଦେଖିବା କ୍ଷଣି ଶିକ୍ଷକ ଜଣକ ଚେତାଶୂନ୍ୟ ଅବସ୍ଥାରେ ପଡିରହିଥିବାରୁ ଉକ୍ତ ଶିକ୍ଷକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଏମକେସିଜ କୁ ପଠାଇ ଦିଆଯାଇଛି ।

ତେବେ ଚଳନ୍ତା ବସ ଭିତରେ ବହୁ ଯାତ୍ରୀ ରହିଥିବା ସତ୍ତ୍ବେ ଦୁର୍ବୃତ୍ତ ଜଣକ ଏଭଳି କାମ କରୁଥିବା କେହି ବି ଜାଣିପାରି ନଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.