ETV Bharat / city

Berhampur Couple Saga: କୋର୍ଟରେ ପୁଣି ଏକ ପିଟିସନ୍ ଦାଖଲ କଲେ ତପସ୍ବିନୀ - ବ୍ରହ୍ମପୁର ଏସଡିଜେଏମ କୋର୍ଟ

ବ୍ରହ୍ମପୁର ସୁମିତ ଓ ତପସ୍ବିନୀ ବିବାଦ ଘଟଣାରେ ପୁଣି ଥରେ ବ୍ରହ୍ମପୁରର SDJM କୋର୍ଟରେ ଆଉ ଏକ ପିଟିସନ୍ ଦାଖଲ କରିଛନ୍ତି ପତ୍ନୀ ତପସ୍ବିନୀ ଦାଶ । ଅଧିକ ପଢନ୍ତୁ

Bride dispute Case: କୋର୍ଟରେ ପୁଣି ଏକ ପିଟିସନ୍ ଦାଖଲ କଲେ ତପସ୍ବିନୀ

author img

By

Published : Dec 13, 2021, 9:18 PM IST

ବ୍ରହ୍ମପୁର: ସୁମିତ ଓ ତପସ୍ବିନୀ ବିବାଦ, କୋର୍ଟରେ ପୁଣି ଏକ ପିଟିସନ୍ ଦାଖଲ। ବ୍ରହ୍ମପୁର ସହରର ସୁମିତ ଓ ତପସ୍ବିନୀ ବିବାଦ ଘଟଣାରେ ପୁଣି ଥରେ ବ୍ରହ୍ମପୁରର SDJM କୋର୍ଟରେ ଆଉ ଏକ ପିଟିସନ୍ ଦାଖଲ କରିଛନ୍ତି ପତ୍ନୀ ତପସ୍ବିନୀ ଦାଶ ।

Bride dispute Case: କୋର୍ଟରେ ପୁଣି ଏକ ପିଟିସନ୍ ଦାଖଲ କଲେ ତପସ୍ବିନୀ

ଏହି ମାମଲାରେ କୋର୍ଟଙ୍କ ପକ୍ଷରୁ ସ୍ବାମୀ ଓ ସ୍ତ୍ରୀ ମିଳିତ ଭାବରେ ଏକ ଭଡା ଘରେ ରଖିବାକୁ ଦେଇଥିବା ଆଦେଶକୁ ଖିଲାପ କରି ଗତ ଚାରି ଦିନ ଧରି ଡାକ୍ତର ସ୍ବାମୀ ସୁମିତ୍ ସାହୁ ଫେରାର ହୋଇ ଯାଇଥିବା ବେଳେ ଏହାକୁ ନେଇ ଜିଲ୍ଲାର ଆସିକା ଚିନିଶିଳ୍ପର ଅତିଥି ଭବନରେ ଏକାକୀ ରହି ଆସୁଥିବା ପତ୍ନୀ ତପସ୍ବିନୀ ଏ ସଂପର୍କରେ ବ୍ରହ୍ମପୁରଏସ୍.ଡି.ଜେ.ଏମ୍ କୋର୍ଟରେ ନିଜ ଆଇନଜୀବିଙ୍କ ଜରିଆରେ ପିଟିସନ୍ ଦାଖଲ କରିଛନ୍ତି ।

ସେପଟେ ଡାକ୍ତର ସ୍ବାମୀ ସୁମିତ୍ ସାହୁଙ୍କ ପକ୍ଷରୁ ଗତ ସେପ୍ଟେମ୍ବର ମାସରେ ବ୍ରହ୍ମପୁରର ପରିବାର ଅଦାଲତରେ ଆବେଦନ କରାଯାଇଥିବା ବିବାହ ବିଚ୍ଛେଦ ମାମଲାରେ ସୋମବାର ଦୁଇ ପକ୍ଷଙ୍କ କାଉନସିଲିଙ୍ଗ ତାରିଖ ରହିଥିବା ବେଳେ ଏଥିପାଇଁ ତପସ୍ବିନୀ ନିଜ ଓକିଲଙ୍କ ଜରିଆରେ ହାଜର ହୋଇଥିବା ବେଳେ ଅପରପକ୍ଷ ଡାକ୍ତର ସ୍ବାମୀ ହାଜର ହୋଇନଥିବାରୁ ତାହା ହୋଇପାରିନଥିଲା ।

ସେପଟେ କୋର୍ଟଙ୍କ ପରବର୍ତ୍ତୀ ଆଦେଶ ଯାଏଁ ତପସ୍ବିନୀ ଆସିକା ଠାରେ ରହିଥିବା ଅତିଥି ଭବନରେ ହିଁ ରହିବେ। ସେଥିରେ ଯଦି ତାଙ୍କୁ ବାହର କରି ଦିଆଯାଏ ତାହା ହେଲେ ସେହି ସ୍ଥାନରେ ହିଁ ଆନ୍ଦୋଳନ କରିବେ ବୋଲି କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.