ବ୍ରହ୍ମପୁର: ଥମି ଯାଇଛି ଘୂର୍ଣ୍ଣିଝଡ । ହେଲେ ସବୁକିଛି ସାଥୀରେ ନେଇ ଯାଇଛି ବାତ୍ୟା ଫନି । ଜୀବନ ବଞ୍ଚି ଯାଇଛି ସତ ମାତ୍ର ମନରେ ଦେଇଯାଇଛି ଫନିର ସେ ଅଭୁଲା କ୍ଷତ । ଚିଲିକା କୂଳରେ ରହିଥିବା ଅନେକ ଗାଁରେ ପ୍ରଳୟ ରଚିଥିଲା ଫନି । ବାତ୍ୟା ଫନିର ତାଣ୍ଡବ ପରେ ସେଦିନର ସେ ଭୟଙ୍କର ଦୃଶ୍ୟକୁ ଦେଖି ନିଜ ଉଜୁଡି ଯାଇଥିବା ଘରର ଭଗ୍ନାଂଶରେ ପୁଣି ସଳଖି ଛିଡା ହେବାକୁ ଚେଷ୍ଟା କରିଛନ୍ତି ଜଣେ ବୁଢୀ ମାଉସୀ ।
ତେବେ କେମିତି ଥିଲା ସେ ଦିନର ସଂର୍ଘଷ । ପ୍ରକୃତିର ସେ କରାଳ ରୂପକୁ ଅତି ନିକଟରୁ ଦେଖିଥିବା ଏହି ବୁଢୀ ମାଉସୀଙ୍କ ବାସ୍ତବ ସ୍ଥିତି ଏବେ କେମିତି ଅଛି । ନିଜ ଅନୁଭୁତିକୁ ଆମ ପ୍ରତିନିଧିଙ୍କ ସାମ୍ନାରେ ସେ ବଖାଣିଛନ୍ତି ।