ବ୍ରହ୍ମପୁର: କୋରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ଜିଲ୍ଲାର ସମସ୍ତ ୫୦୩ ଟି ପଞ୍ଚାୟତ ସମେତ ରାଜ୍ୟ ବାହାରରେ ଫଶି ରହିଥିବା ବ୍ୟକ୍ତି ବିଶେଷଙ୍କ ପାଇଁ କ୍ବାରେଣ୍ଟାଇନ ସେଣ୍ଟରର ବ୍ୟବସ୍ଥା କରାଯାଇଛି । ଯେଉଁମାନେ ରାଜ୍ୟ ବାହାରୁ ଆସିବେ ୧୪ ଦିନ ପାଇଁ ସଙ୍ଗରୋଧ ପାଳନ କରିବେ ।
ସେପଟେ ଏହି କେନ୍ଦ୍ରରେ ରହୁଥିବା ବ୍ୟକ୍ତିବିଶେଷ ମାନେ ହଟସ୍ଫଟ ଅଞ୍ଚଳରୁ ଫେରିଥିବାରୁ ସେମାନଙ୍କ ପାଇଁ ସଂକ୍ରମଣର ଆଶଙ୍କା ଅଧିକ ରହିଥିବାରୁ ଏହି କେନ୍ଦ୍ର ଠାରୁ ଜନସାଧାରଣ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲପାଳ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜନସାଧାରଣ ଏଥିପ୍ରତି ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଚେତାବନୀ ଦେଇଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ,ଇଟିଭି ଭାରତ