ETV Bharat / city

ଗଞ୍ଜାମ ପ୍ରଶାସନର ବଡ ପଦକ୍ଷେପ, ବିବାହ ପାଇଁ ବର-କନ୍ୟାଙ୍କ ଆଧାର କାର୍ଡ ବାଧ୍ୟତାମୂଳକ

ଗଞ୍ଜାମ ଜିଲ୍ଲାରେ ଏଣିକି ବିବାହ ସମୟରେ ବର ଓ କନ୍ୟାଙ୍କ ପାଇଁ ଆଧାରକାର୍ଡ ହେବ ବାଧ୍ୟତାମୂଳକ । ଅଧିକ ପଢନ୍ତୁ..

ଗଞ୍ଜାମ ପ୍ରଶାସନର ବଡ ପଦକ୍ଷେପ ,  ବିବାହ ପାଇଁ  ବର-କନ୍ୟାଙ୍କ ଆଧାର କାର୍ଡ ବାଧ୍ୟତାମୂଳକ

author img

By

Published : Feb 3, 2021, 9:11 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବାଲ୍ୟ ବିବାହ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ନୂତନ ପଦକ୍ଷେପ । ଜିଲ୍ଲାରେ ଅଧିକରୁ ଅଧିକ ବାଲ୍ୟ ବିବାହ ହେଉଥିବାରୁ , ଏହାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ହୋଇଛି ଶକ୍ତ । ଏହା ଅନୁସାରେ ଜିଲ୍ଲାରେ ଏଣିକି କୌଣସି ବିବାହ କାର୍ଯ୍ୟ ହେବା ପୂର୍ବରୁ ବର ଓ କନ୍ୟାର ଆଧାରକାର୍ଡ ଦେବା ବାଧ୍ୟତାମୂଳକ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି ।

ଗଞ୍ଜାମ ପ୍ରଶାସନର ବଡ ପଦକ୍ଷେପ , ବିବାହ ପାଇଁ ବର-କନ୍ୟାଙ୍କ ଆଧାର କାର୍ଡ ବାଧ୍ୟତାମୂଳକ

ସରକାରଙ୍କ ନିୟମ ଅନୁଯାୟୀ ବର ବୟସ ୨୧ ବର୍ଷରୁ କମ ହୋଇନଥିବା ବେଳେ କନ୍ୟାର ବସୟ ୧୮ ବର୍ଷରୁ ଯେପରି କମ୍ ହୋଇନଥିବ ସେଥିପ୍ରତି ଗୁରୁତ୍ବ ଦିଆଯିବ । ଏଣୁ ଜିଲ୍ଲାର ଯେଉଁ ସ୍ଥାନରେ ବର-କନ୍ୟା ବିବାହ କରୁଥିବେ ସେହି ଅଞ୍ଚଳର ଅଙ୍ଗନୱାଡି କର୍ମୀଙ୍କୁ ସେମାନଙ୍କ ଆଧାରକାର୍ଡ ଦେବାକୁ ପଡିବ ।

ଗଞ୍ଜାମରେ ଗତ ବର୍ଷ ମୋଟ ୨୨୮ ଟି ବାଲ୍ୟ ବିବାହ ରୋକାଯାଇଛି । ଏଣୁ ଆଗକୁ ଜିଲ୍ଲାରେ କିଭଳି ବାଲ୍ୟ ବିବାହ ରୋକାଯିବ ସେ ନେଇ ନିର୍ଭୟାକଢୀ, ମୋ ଗେହ୍ଲା ଝିଅ ଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇ ବ୍ୟାପକ ସଚେତନତା କରାଯାଉଛି । ଇତି ମଧ୍ୟରେ ଜିଲାର ୧୧୭୨ ଗ୍ରାମ ଏବଂ ସହରାଞ୍ଚଳ ୱାର୍ଡକୁ ବାଲ୍ୟ ବିବାହ ମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ସେଥିମଧ୍ୟରୁ ଗଞ୍ଜାମର ୧୦୩୨ ଟି ଗାଁ ଓ ୧୪୦ ଟି ବିଭିନ୍ନ ସହରାଞ୍ଚଳର ୱାର୍ଡ ରହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.