ବ୍ରହ୍ମପୁର: ବ୍ରହ୍ମପୁର ସହରର ଏକ ଘରୋଇ ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଛି । ଜଣେ ୧୧ ବର୍ଷର ବାଳକର ମୃତ୍ୟୁ ଘଟିଥିବା ନେଇ ମେଡିକାଲରେ ଉତ୍ତୋଜନା ଦେଖିବାକୁ ମିଳିଥିଲା ।
ସୂଚନା ଅନୁଯାୟୀ, ଗତ ୨୨ ତାରିଖରେ ବ୍ରହ୍ମପୁର ସହରର ଗେଟବଜାର ଛକ ନିକଟସ୍ଥ ଏକ ଘରୋଇ ହସ୍ପିଟାଲର ଇଏନଟି ବିଭାଗରେ କେ.ମାଲେସ ସେଠୀଙ୍କ ପୁଅ ଭର୍ତ୍ତି ହୋଇଥିଲେ । ତେବେ ଶୁକ୍ରବାର ବାଳକକୁ ଚିକିତ୍ସା କରୁଥିବା ଡାକ୍ତର ଏକ ଇଞ୍ଜେକସେନ୍ ଦେବା ପରେ କେ.ମାଲେସ ସେଠୀଙ୍କ ପୁଅର ମୃତ୍ୟୁ ଘଟିଥିଲା ।
ଏନେଇ ପରିବାର ବର୍ଗ ମେଡିକାଲରେ ଉତ୍ତେଜନା କରିବା ସହ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ବାଳକର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ