ବ୍ରହ୍ମପୁର: ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷର ଚଢାଉ । ୮୦ କିଲୋ ଗଞ୍ଜେଇ ଜବତ କରାଯାଇଥିବାବେଳେ ଘଟଣାରେ ଜଣେ ଗିରଫ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 4 ଲକ୍ଷ ହେବ ବୋଲି ଜଣାପଡିଛି ।
ସହରର ନିଳାଦ୍ରି ବିହାର ପଞ୍ଚମ ଗଳିରେ ରହିଥିବା ଏକ ତିନି ମହଲା ବିଶିଷ୍ଠ କୋଠା ଉପରେ ଚଢାଉ କରାଯାଇ ଏହି ଗଞ୍ଜେଇ ଗଚ୍ଛିତ ଥିବା ଜଣାପଡିଥିଲା । ପରେ ଅବକାରୀ ବିଭାଗର ଟିମ ଏହି ଗଞ୍ଜେଇକୁ ଜବତ କରିବା ସହ ଜଣକୁ ଗିରଫ କରିଛନ୍ତି । ଗିରଫ ଯୁବକକୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢାଉରେ ସଦର ରେଞ୍ଜ ଅଧିକାରୀ ରୋସନ ହାସଦାଙ୍କ ସମେତ ଅବକାରୀ ବିଭାଗର ଟିମ୍ ଉପସ୍ଥିତ ରହିଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ