ETV Bharat / city

ମା ଓ ମମତାର ସଲିଳ ସମାଧି

ବୁଡି ଯାଉଥିବା 2 ଛୁଆଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲେ 2 ମହିଳା । ଅକାରଣରେ ଚାଲିଗଲା 2 ପରିବାରର 4 ଜୀବନ ।

author img

By

Published : May 14, 2019, 1:49 PM IST

Updated : May 14, 2019, 2:16 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ବାହୁଦା ନଦୀରେ ଭାଷିଯାଇ 2 ପରିବାରର 4 ମୃତ । ମୃତକମାନେ ହେଲେ ଆନ୍ଧ୍ର-ଓଡିଶା ସୀମାନ୍ତ ବି ନୂଆଗାଁ ନିକଟସ୍ଥ ଭିଲିଙ୍ଗି ଗ୍ରାମରେ ଡିଲେଶ୍ୱରୀ, ତାଙ୍କ ଝିଅ ଗାୟତ୍ରୀ, କମଳାମା ଏବଂ କମଳାମାଙ୍କ ଝିଆ ଗୀତାଞ୍ଜଳୀ । ଗାଧୋଇବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି । ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ସ୍ଥାନୀୟ ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସୂଚନା ମୁତାବକ, ଗତକାଲି ଅପରାହ୍ନରେ ଘଟିଛି ଏହି ଘଟଣା । ଭିଲିଙ୍ଗି ଗାଁର ସୀତାରାମଙ୍କ ପତ୍ନୀ ଡିଲେଶ୍ୱରୀ, ଝିଅ ଗାୟତ୍ରୀ ଏବଂ ରାଧାଶ୍ୟାମଙ୍କ ପତ୍ନୀ କମଳାମା ଓ ଝିଅ ଗିତାଞ୍ଜଳୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ । ଡିଲେଶ୍ୱରୀ ଓ କମଳାମା ନଦୀ ପଠାରେ ଲୁଗା ସଫା କରୁଥିବା ବେଳେ ତାଙ୍କର ଦୁଇ ଝିଅ ପାଣିରେ ବୁଡି ଯାଇଥିଲେ । ନିଜ ଝିଅଙ୍କ ବଞ୍ଚାଇବାକୁ ଯାଇ ଡିଲେଶ୍ୱରୀ ଓ କମଳାମା ମଧ୍ୟ ବୁଡି ଯାଇଥିଲେ ।

ଦୂରରୁ ଥିବା କିଛି ଗ୍ରାମବାସୀ ଜାଣିପାରି ସେମାନଙ୍କୁ ପାଣିରୁ ଉଦ୍ଧାର କରିଥିଲେ । ସେତେବେଳକୁ ଡିଲେଶ୍ୱରୀ ,କମଳାମା ଓ ଗିତାଞ୍ଜଳୀଙ୍କ ମୃତ୍ୟୁ ହୋଇଯାଇଥିଲା । ଗାୟତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଇଚ୍ଛାପୁର ସ୍ୱାସ୍ଥକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ଇଛାପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ସ୍ଲଗ :- ବାହୁଦା ନଦୀରେ ଭାସିଯାଇ ଦୁଇଟି ପରିବାର ର ଚାରି  ଜଣଙ୍କ ମୃତ୍ୟୁ.....
ରିପୋର୍ଟର:ସମୀର କୁମାର ଆଚାର୍ଯ୍ୟ,
ଫମାର୍ଟ  :ଏଭିଓ
ସ୍ଥାନ       :   ବ୍ରହ୍ମପୁର,
ତାରିଖ    : ୧୪-୦୫-୧୯. :( ଭିଜୁଆଲ FTP  ରେ ଯାଇଛି.)
 (ଆଙ୍କର):- ବାହୁଦା ନଦୀରେ ଭାସିଯାଇ ଦୁଇଟି ପରିବାରର ଚାରି  ଜଣଙ୍କ ମୃତ୍ୟୁ ଘଟିଥିବାର ଅଭିଯୋଗ ହୋଇଛି । ଆନ୍ଧ୍ର ଓଡିଶା ସୀମାନ୍ତ ବି ନୂଆଗାଁ ନିକଟସ୍ଥ ଭିଲିଙ୍ଗି ଗ୍ରାମରେ ସୀତାରାମ ଙ୍କ ପତ୍ନୀ ଡିଲେଶ୍ୱର ଓ ଝିଅ ଗାୟତ୍ରୀ ଏବଂ ରାଧାଶ୍ୟାମ ଙ୍କ ପତ୍ନୀ କମଳାମା ଓ ଝିଅ ଗିତାଞ୍ଜଳୀ ଗତକାଲି ଅପରାହ୍ନରେ ନିକଟସ୍ଥ ବାହୁଦା ନଦୀକୁ ଗାଧେଇବାକୁ ଯାଇଥିଲେ । ଦଉି ମହିଳା ଡିଲେଶ୍ୱରୀ ଓ କମଳାମା ନଦୀ ପଠାରେ ଲୁଗା ସଫା କରୁଥିବା ବେଳେ ଦୁଇ ଝିଅ ନଦୀରେ ଗାଧୋଇବା ସମୟରେ ଅସାବଧାନତା ଯୋଗୁଁ ଗାୟତ୍ରୀ ଓ ଗିତାଞ୍ଜଳୀ ନଦୀ କୂଳରେ ରହିଥିବା ଗଣ୍ଡରେ ବୁଡି ଯାଇଥିଲେ । ଯାହା ଫଳରେ ନିଜ ଝିଅ ଙ୍କୁ ବଞ୍ଚାଇବାକୁ ଯାଇ ଦୁଇ ମହିଳା ଡିଲେଶ୍ୱରୀ ଓ କମଳାମା ନଦୀ ମଧ୍ୟକୁ ପ୍ରବେଶ କରି ସେମାନେ ମଧ୍ୟ ବୁଡି ଯାଇଥିଲେ । ଯାହାକି ଦୂରରେ ରହିଥିବା କିଛି ଗ୍ରାମବାସୀ ସେମାନଙ୍କୁ ପାଣିରୁ ବାହାରକୁ ଆଣିଥିଲେ । ଉଦ୍ଧାର ବେଳକୁ ଡିଲେଶ୍ୱରୀ ,କମଳାମା ଓ ଗିତାଞ୍ଜଙ୍କ  ମୃତ୍ୟୁ ଘଟିଥିବା ବେଳେ ଗାୟତ୍ରୀ ବଞ୍ଚିଥିବା ଜାଣିବା ପରେ ଇଚ୍ଛାପୁର ସ୍ୱାସ୍ଥକେନ୍ଦ୍ରରେ ଭର୍ତ୍ତୀ କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ ।  ଖବର ପାଇ ଇଛାପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଲେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Last Updated : May 14, 2019, 2:16 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.