ବ୍ରହ୍ମପୁର: ଗତ ଦୁଇ ଦିନ ମଧ୍ୟରେ କେବଳ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହେଲେଣି ୩୭୮ ପଜିଟିଭ୍ । ଶୁକ୍ରବାର ଗୋଟିଏ ଦିନରେ ହିଁ ୨୮୩ ଜଣ ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ଭିତରୁ ୪୯ ଜଣ କୋରୋନା ୱାରିଅର୍ ରହିଥିବା ସୂଚନା ମିଳିଛି ।
ବାକି ୧୮ ଜଣ ବିଭିନ୍ନ ରାଜ୍ୟରୁ ଆସିଛନ୍ତି । ଏହା ସମେତ ୨୧୭ ପଜିଟିଭ କଣ୍ଟ୍ରାକ୍ଟ ଆସିଥିବା ସୂଚନା ରହିଛି । ୨ ତାରିଖ ସୁଦ୍ଧା କୋରୋନା ଯୋଦ୍ଧା ଭାବରେ ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ସରକାରୀ କାର୍ମଚାରୀଙ୍କ ମଧ୍ୟରୁ କେବଳ ଗୋଟିଏ ଦିନରେ ଆସିକା ଅଞ୍ଚଳରୁ ୪, ବେଲଗୁଣ୍ଠାରୁ ୫, ବ୍ରହ୍ମପୁର ସହରରେ 14, ଭଂଞ୍ଜନଗରେ ୧୩, ବୁଗୁଡାରୁ ଜଣେ, ଛତ୍ରପୁରରୁ ଜଣେ, ହିଞ୍ଜିଳିକାଟୁରୁ ଜଣେ, କବିସୂର୍ଯ୍ୟନଗରରୁ ଜଣେ, ପୋଲସରାରୁ ଚାରି ଜଣ, ପୁରଷୋତ୍ତମପୁର ଜଣେ, ସାନଖେମୁଣ୍ଡିରୁ ଜଣେ, ଶେରଗଡରୁ ଜଣେ, ସୋରଡାରୁ ଜଣେ ପଜିଟିଭ୍ ଗୁରୁବାର ରାତି ସୁଦ୍ଧା ଚିହ୍ନଟ ହୋଇଛନ୍ତି ।
ସେହିପରି ଗତ ଦୁଇ ଦିନ ମଧ୍ୟରେ କୋରୋନା ୱାରିଅରଙ୍କ ସଂଖ୍ୟା ୭୦ ବେଳେ ରାଜ୍ୟ ବାହାରୁ ଆସିଥିବା ବ୍ୟକ୍ତିବିଶେଷଙ୍କ ସଂଖ୍ୟା ୨୨ ରହିଛି । ଆକ୍ଟିଭ୍ କଣ୍ଟ୍ରାକ୍ଟରେ ଆସି ଜିଲ୍ଲାର ସ୍ଥାନୀୟ ବ୍ୟକ୍ତିବିଶେଷ ଗତ ଦୁଇ ଦିନରେ ୨୭୮ ଜଣ ସଂଙ୍କ୍ରମିତ ହୋଇଛନ୍ତି । ଏହି ଦୁଇ ଦିନର ସଂଖ୍ୟା ମିଶାଯାଇ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ୧୮୫୦ ରହିଛି ।
ଅନ୍ୟପଟେ ଅଦ୍ୟାବଧି ଜିଲ୍ଲାରେ ୧୦୯୦ ଜଣ ସୁସ୍ଥ ହୋଇଥିବା ବେଳେ ୭୪୪ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏମାନଙ୍କ ମଧ୍ୟରୁ ୧୭ ଜଣଙ୍କ ମୃତ୍ୟୁ ହୋଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ,ଇଟିଭି ଭାରତ