ETV Bharat / city

ଯୁବକଙ୍କୁ ଆକ୍ରମଣ କରି ମୋଟର ସାଇକେଲ ଲୁଟ, ବନ୍ଧା ହେଲେ ୩

ଯୁବକଙ୍କୁ ଆକ୍ରମଣ କରି ମୋଟର ସାଇକେଲ ଲୁଟ ମାମଲାରେ ତିନି ଜଣ ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ...

ଯୁବକଙ୍କୁ ଆକ୍ରମଣ ସହ ମୋଟର ସାଇକେଲ ଲୁଟ, ବନ୍ଧା ହେଲେ ୩ ଅଭିଯୁକ୍ତ

author img

By

Published : Oct 27, 2021, 3:43 PM IST

ବ୍ରହ୍ମପୁର: ଯୁବକଙ୍କୁ ଆକ୍ରମଣ ସହ ମୋଟର ସାଇକେଲ ଲୁଟ ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏଥିସହ ୨ଟି ମୋଟର ସାଇକେଲ ଏବଂ ମାରଣାସ୍ତ୍ର ଜବତ କରାଯାଇଛି ।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଘୋଡାହଡ ରାସ୍ତା ଗାଁ ଶଙ୍ଖ ନିକଟରେ ଗତ ୨୦ ତାରିଖ ରାତିରେ ଆକ୍ରମଣ ପରେ ମୋଟର ସାଇକେଲ ଲୁଟି ନେଇଥିଲେ । ପୋଲିସ ମାମଲାର ତଦନ୍ତ କରି ଅଭିଯୁକ୍ତ ନିକଟରୁ ଦୁଇଟି ମୋଟର ସାଇକେଲ ସମେତ ଖଣ୍ଡା ଓ ମୋବାଇଲ ଜବତ କରିଛି । ଗିରଫମାନେ ହେଲେ ଦିଗପହଣ୍ଡି ଥାନା ବଡଡୁମ୍ବୁଳା ଗ୍ରାମର ଏଲେୟା ଘଡେଇ, କେ. ନୂଆଗାଁ ଥାନା ସାରୁସନ୍ଧି ଗାଁର ସନ୍ତୋଷ ପ୍ରଧାନ ଓ ପାଟପୁର ଥାନା ବ୍ରାହ୍ମଣ ପଙ୍କର ଶମ୍ଭୁ ସେଠୀ ।

ସୂଚନାନୁଯାୟୀ ଗତ ୨୦ ତାରିଖ କୁମାର ପୂର୍ଣ୍ଣିମା ବିଳମ୍ବିତ ରାତିରେ ଦିଗପହଣ୍ଡି ବ୍ଲକ ନନ୍ଦ ଗାଁର ୧୫ ରୁ ୨୦ ଲୋକ ନିକଟସ୍ଥ ଗ୍ରାମ ଚକାତେନ୍ତୁଳି ଗ୍ରାମରେ ଚାଲିଥିବା ସତସଙ୍ଗ କାର୍ଯ୍ୟ ସାରି ରାତିରେ ଫେରୁଥିଲେ । ଏହି ସମୟରେ ୯ ଜଣ ଦୁବୃର୍ତ୍ତ ୩ଟି ମୋଟର ସାଇକେଲରେ ଆସି ଖଣ୍ଡାରେ ଆକ୍ରମଣ କରି ମୋବାଇଲ, ଟଙ୍କା ଓ ମୋଟର ସାଇକେଲ ଲୁଟି ନେଇଥିଲେ । ଏହାପରେ ସମସ୍ତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ ମଧ୍ୟ ପ୍ରଶାନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଯୋଗୁଁ ବ୍ରହ୍ମପୁର ବଡ଼ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.