ETV Bharat / city

ବିଦେଶରେ ଚାକିରି କରାଇବା ନାଁରେ ଠକେଇ ଅଭିଯୋଗ; ୩ ଗିରଫ - berhampur news

ବିଦେଶରେ ଲୋଭନୀୟ ଚାକିରି କରାଇବା ଆଳରେ ଠକେଇ । ଏ ଘଟଣାରେ ସମ୍ପୃକ୍ତ ଥିବା ନେଇ ତିନି ଜଣଙ୍କୁ ଗିରଫ କରାଯାଇଛି । ଏହାସହ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ପଢନ୍ତୁ...

ବିଦେଶରେ ଚାକିରୀ କରାଇବା ନାଁରେ ଠକେଇ ଅଭିଯୋଗ; ୩ ଗିରଫ

author img

By

Published : Sep 26, 2021, 9:47 AM IST

ବ୍ରହ୍ମପୁର: ବିଦେଶରେ ଲୋଭନୀୟ ଚାକିରି କରାଇବା ଆଳରେ ଠକେଇ। ଏ ଘଟଣାରେ ସମ୍ପୃକ୍ତ ଥିବା ନେଇ ତିନି ଜଣଙ୍କୁ ଗିରଫ କରାଯାଇଛି । ଏହାସହ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନା ଅନୁସାରେ,ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ପଟଣାସାହିରେ ଏକ ଭଡା ଘର ନେଇ ଏରାଉଣ୍ଡ ଦି ୱାର୍ଲ ଟ୍ରାଭେଲ ଏଜେନ୍ସି ନାମରେ ଏକ ଠକ ସଂସ୍ଥା ଖୋଲିଥିଲା । ପରେ ବିଦେଶରେ ଲୋଭନୀୟ ଦରମାରେ ଚାକିରି କରାଇବା ଆଳରେ ବହୁ ଯୁବକ ଓ ଯୁବତୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିଲା । ଶେଷରେ ଠକ ଗ୍ୟାଙ୍ଗଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ହିଞ୍ଜିଳିକାଟୁ ଥାନା ପୋଲିସ ।

ବିଦେଶରେ ଚାକିରୀ କରାଇବା ନାଁରେ ଠକେଇ ଅଭିଯୋଗ; ୩ ଗିରଫ

ହିଞ୍ଜିଳିକାଟୁ କାର୍ଯ୍ୟାଳୟକୁ ଛାଡି ଏହି ଗ୍ୟାଙ୍ଗ ନିଜ ନିଜର ପରିଚୟକୁ ଗୋପନ ରଖି ବିଭିନ୍ନ ନାଁରେ ଏମାନେ ବାଣପୁର , ନୟାଗଡ ଏବଂ ଗଞ୍ଜାମ ଅଞ୍ଚଳରେ ଲିପଲେଟ୍ ମାରିଥିବା ପୋଲିସ ତଦନ୍ତ ସମୟରେ ଜାଣିପାରିଥିଲା । ଗତ ୨୭ ତାରିଖରେ ଭଦ୍ରକ ଅଞ୍ଚଳର ଦୌତାରୀ ସେନାପତି ନାମକ ଜଣେ ଯୁବକଙ୍କ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରିଥିଲା । ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ଗିରଫମାନଙ୍କ ମଧ୍ୟରେ ମାଷ୍ଟର ମାଇଣ୍ଡ ବଳରାମ ମହାରଣା ସମେତ ଇପାଲି ପ୍ରସାଦ ରାଓ ଓ ରାଜିବ ଜେନା ରହିଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଚାରି ଜଣ ଖୁବଶ୍ରୀଘ୍ର ଗିରଫ ହେବେ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଅଭିଯୁକ୍ତ ମାନେ ମୋଟ ୧୪ ଲକ୍ଷ ଟଙ୍କା ଆଦାୟ କରିବା ପରେ ଫେରାର ହୋଇଯାଇଥିଲେ ବୋଲି କୁହାଯାଇଛି । ଦୁଇଟି ଲାପଟପ୍, ୪୧ ଗୋଟି ପାସପୋର୍ଟ, ଭିସାକାର୍ଡ ଏବଂ କାର୍ଯ୍ୟାଳୟର ବୈଦ୍ୟୁତିକ ଉପକରଣ ଜବତ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.