ETV Bharat / city

ଶିଶୁ ଭଳି ଦିଶୁଛି ୨୦ବର୍ଷୀୟ ଯୁବତୀ ରାଣୀ: ବିରଳ ରୋଗରେ ପୀଡିତ, MKCGରେ ଆରମ୍ଭ ହେଲା ଚିକିତ୍ସା

author img

By

Published : Sep 8, 2022, 8:25 PM IST

ଛୋଟ ବେଳେ ପିତମାତାକୁ ହରାଇଥିବା ଯୁବତୀ ରାଣୀ ଏବେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସିତ । ୨୦ ବର୍ଷର ହୋଇ ମଧ୍ୟ ବିରଳ ରୋଗ ଯୋଗୁଁ ଛୋଟ ପିଲା ପରି ଦେଖାଯାଉଛନ୍ତି ଯୁବତୀ । ଏହି ଅସହାୟ ଯୁବତୀଙ୍କୁ ଚିକିତ୍ସା ଲାଗି ମେଡିକାଲ ଟିମ ଲାଗିଥିବା ବେଳେ ସହଯୋଗ କରୁଛି ବ୍ରହ୍ମପୁର ପ୍ରଶାସନ । ଦେଖନ୍ତୁ ଏହି ରିପୋର୍ଟ

ବିରଳ ରୋଗରେ ପୀଡିତ ୨୦ବର୍ଷୀୟ ଯୁବତୀ ରାଣୀ, MKCGରେ ଚାଲିଛି ଚିକିତ୍ସା

ବ୍ରହ୍ମପୁର: ଦେଖିବାକୁ ଶିଶୁ ଭଳି । ହେଲେ ବୟସ ଛୁଇଁଲାଣି ୨୦ । ପିଲାଟି ବେଳେ ଅତ୍ୟନ୍ତ ସୁନ୍ଦର ରହିଥିବାରୁ ପରିବାର ବର୍ଗ ନାମ ରଖିଥିଲେ ରାଣୀ । ହସଖୁସିରେ ବିତୁଥିବା ରାଣୀର ଜୀବନରେ ସତେଯେପରି ଘୋଟି ଆସିଥିଲା କଳାବାଦଲ । ପ୍ରଥମେ ବାପା ଏବଂ ପରେ ମାଆ ଚାଲିଯାଇଥିବା ବେଳେ ଶରୀରର ରୋଗ ବୃଦ୍ଧି ପାଇବା ଦେଖି ହାତ ଛାଡି କେଉଁ ଆଡେ ଚାଲିଯାଇଛି ସାନ ଭାଇ । ଏଭଳି ସମୟରେ ବ୍ରହ୍ମପୁର ସହରରୁ ଅସହାୟ ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର MKCG ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ କିଛି ସ୍ବେଚ୍ଛାସେବୀ । ଗତ ଦୁଇ ସପ୍ତାହ ଧରି ପଡିରହିଥିବା ରାଣୀର ଚିକିତ୍ସା ପାଇଁ ଆଗେଇ ଆସିଛନ୍ତି ପ୍ରଶାସନ ଓ ଡାକ୍ତରୀ ଟିମ ।

ଏମ.କେ.ସି.ଜି ମେଡିକାଲର ଅସ୍ଥିଶଲ୍ୟ ବିଭାଗରେ ଚିକିତ୍ସିତ ହେଉଛି 20 ବର୍ଷୟା ଯୁବତୀ ନିଲିମା ମହାରଣା ଓରଫ ରାଣୀ । ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିବା ଏହି ଯୁବତୀ ଜଣକ ଦେଖାଯାଉଛନ୍ତି ଜଣେ ଶିଶୁ ଭଳି । ପିଲାଟି ଦିନରୁ ଅତ୍ୟନ୍ତ ସୁନ୍ଦର ରହିଥିବାରୁ ପରିବାର ବର୍ଗ ରାଣୀ ବୋଲି ନାମକରଣ କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ରାଣୀ ପାଇଁ ଆସିଛି କେବଳ ଦୁଃଖ ପରେ ଦୁଃଖ । ପିଲାଟି ଦିନରୁ ନିଜର ବାପାକୁ ହରାଇଥିବା ବେଳେ ଷଷ୍ଠ ଶ୍ରେଣୀରେ ପାଠ ପଢାରେ ଶେଷରେ ତାକୁ ଡୋରି ବାନ୍ଧିବାକୁ ପଡିଥିଲା । ଆଉ ଏଭଳି ସମୟରେ ନିଜ ମାଆଙ୍କ ସହିତ ମିଳିତ ଭାବରେ କୌଣସି ସ୍ଥାନରେ କାର୍ଯ୍ୟ କରି ପରିବାର ଚଳାଇ ଆସୁଥିବା ବେଳେ ଏଭଳି ସମୟରେ ମାଆଙ୍କର ମୃତ୍ୟୁ ଘଟିଥିଲା ।

ଆଉ ଏହା ପରେ ନିଜ ପାଖରେ ରହୁଥିବା ସାନ ଭାଇ ଜାଣିପାରିଥିଲା ରାଣୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଛି । ଏଥିପାଇଁ ସେ ବ୍ରହ୍ମପୁର ସହରରେ ଭଭଣୀର ମଧ୍ୟ ହାତ ଛାଡି କେଉଁଆଡେ ଚାଲିଯାଇଛି । ଆଉ ଶେଷରେ ଏବେ ରାଣୀ ଏମ.କେ.ସି.ଜି ର ଶଯ୍ୟାରେ ଶୋଇ ରହି କେବେ ସେ ସୁସ୍ଥ ହୋଇ ଫେରିବ ତାହାକୁ ନେଇ ଅପେକ୍ଷା କରିବା ସହିତ ଏକାକୀ ଜାରି ରଖିଛି ନିଜର ସଂଗ୍ରାମ । ଆଉ ଏଭଳି ସମୟରେ ରାଣୀକୁ ସହଯୋଗ କରିବାକୁ ହାତ ବଢାଇଛି ଜିଲ୍ଲା ପ୍ରଶାସନ ।

ଗତ ଦୁଇ ସପ୍ତାହ ତଳେ ରାଣୀ ଏଭଳି ଅସହାୟ ଅବସ୍ଥାରେ ରହିଥିବା ସହରର କେତେକ ବ୍ୟକ୍ତିବିଶେଷ ଦେଖିବା ପରେ ରାଣୀକୁ ଆଣି ଚିକିତ୍ସା ପାଇଁ ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆଉ ସେହି ସମୟରୁ ମେଡିକାଲର ଡାକ୍ତରୀ ଟିମ କିପରି ରାଣୀ ସୁସ୍ଥ ହେବ ସେ ନେଇ ଜାରି ରଖିଛନ୍ତି ଉଦ୍ୟମ । ଚିକିତ୍ସା କରୁଥିବା ଡାକ୍ତର ଡ. ସଂଗ୍ରାମ ସାବତ କହିଛନ୍ତି, "ରାଣୀର ଶରୀରର ହାଡ ଗୁଡ଼ିକ ସ୍ପଣ୍ଟାନିକ୍ ଫ୍ୟାକଚର ହୋଇଯାଉଛି । କୌଣସି ମାଡ ନହୋଇ ବି ଏପରି ଘଟୁଥିବାରୁ ଏହା ଜେନେଟିକ୍ ଡିଜିଜ୍ ହୋଇଥିବା ବେଳେ ଏହାକୁ ଅଷ୍ଟିଓ ଫୋରସିସ୍ ବା ଅଷ୍ଟୋଜେନିସ୍ ଇମ୍ପେରଫେକ୍ଟ । ଆମେ ମେଡିସିନ ବିଭାଗ ସହିତ ମିଳିତ ଭାବରେ ରାଣୀର ଚିକିତ୍ସା କରୁଛୁ । ଏଥିରେ ପ୍ରଶାସନ ମଧ୍ୟ ସାହାଯ୍ୟ କରୁଛି ।"

ନିଜ ଗୋଡ ଓ ହାତରେ ଯନ୍ତ୍ରଣା ହେଉଥିବା ରାଣୀଙ୍କୁ ଚିକିତ୍ସା କରାଯାଉଥିବା ବେଳେ ଗୋଟିଏ ପଟେ ପ୍ରଶାସନର ସହଯୋଗ ଏବଂ ଅନ୍ୟପଟେ ଡାକ୍ତରୀ ଟିମ୍ ସଂପୂର୍ଣ୍ଣ ସୁସ୍ଥ କରାଇବାକୁ ଉଦ୍ୟମ କରୁଥିବା ବେଳେ ଏଭଳି ସମୟରେ ରାଣୀର ଶଯ୍ୟା ନିକଟରେ ସହାୟତା କରିବା ପାଇଁ ଏକ ସ୍ୱେଚ୍ଛାସେବୀ ସଂସ୍ଥାକୁ ନିୟୋଜିତ କରାଯାଇଥିବା ବେଳେ ସେମାନେ ନିଜ ପରିବାରର ସଦସ୍ୟ ଭାବରେ ସେବା ଯୋଗାଇ ଆସୁଥିବା କହିଛନ୍ତି ।

ଗୋଟିଏ ପଟେ ରାଣୀର ଚିକିତ୍ସା ପାଇଁ ଅସ୍ଥିଶଲ୍ୟ ବିଭାଗ ଓ ମେଡିସିନ ବିଭାଗକୁ ନେଇ ଏକ ସ୍ୱତନ୍ତ୍ର ଟିମ କାର୍ଯ୍ୟ କରୁଥିବା ବେଳେ ବର୍ତ୍ତମାନ ରାଣୀର ବାମ ହାତ ଓ ଗୋଡ ଉଭୟରେ ହାଡ ଭାଙ୍ଗି ଯାଇଥିବା ବେଳେ ରକ୍ତରେ ହିମାଗ୍ଲୋବିନର ମାତ୍ରା ମଧ୍ୟ କମ ରହିଛି । ଏହା ଏକ ବିରଳ ରୋଗ ହୋଇଥିବା ବେଳେ ତାକୁ କାଲସିୟମ ଖାଦ୍ୟ ପ୍ରଦାନ କରାଯାଉଛି । ସେପଟେ ସୁସ୍ଥ ହେଲେ ପୁଣି ଥରେ ପାଠ ପଢିବ ବୋଲି ଆଶା ରଖିଛି ରାଣୀ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.