ETV Bharat / city

ଗୋଦରାପଲ୍ଲୀରେ ବୃଦ୍ଧଙ୍କୁ ହତ୍ୟା ଘଟଣା, ୨ ଗିରଫ

author img

By

Published : Oct 7, 2021, 10:25 PM IST

ହିଞ୍ଜିଳି ଥାନା ଅନ୍ତର୍ଗତ ଗୋଦରାପଲ୍ଲୀ ଗ୍ରାମର ପି ଧର୍ମାରାଓ ହତ୍ୟା ଘଟଣାରେ 2 ଜଣଙ୍କୁ ଗିରଫ କଲା ପୋଲିସ । ପ୍ରେସମିଟରେ ଆସିକା ଏସଡିପିଓଙ୍କ ସୂଚନା । ଅଧିକ ପଢନ୍ତୁ...

ଗୋଦରାପଲ୍ଲୀ ବୃଦ୍ଧଙ୍କୁ ହତ୍ୟା ଘଟଣା, ୨ ଗିରଫ
ଗୋଦରାପଲ୍ଲୀ ବୃଦ୍ଧଙ୍କୁ ହତ୍ୟା ଘଟଣା, ୨ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗୋଦରାପଲ୍ଲୀ ଗ୍ରାମର ପି ଧର୍ମାରାଓ ହତ୍ୟା ଘଟଣାରେ 2 ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ୨ ଅଭିଯୁକ୍ତ ହେଲେ ଗୋଦରାପଲ୍ଲୀ ଗ୍ରାମର ଜାଗିଲି ସେଠୀ ଓରଫ୍ ଜଗଦିଶ ଏବଂ ସୁଦର୍ଶନ ସେଠୀ । ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛି ପୋଲିସ ।

ଗୋଦରାପଲ୍ଲୀ ବୃଦ୍ଧଙ୍କୁ ହତ୍ୟା ଘଟଣା, ୨ ଗିରଫ

ସୂଚନା ଅନୁସାରେ ଗତ ମଙ୍ଗଳବାର ଦିନ ଗୋଦରାପଲ୍ଲୀ ଗ୍ରାମର କେନାଲ ନିକଟରେ ଏକ ପି ଧର୍ମାରାଓଙ୍କ ମୃତଦେହ ପଡ଼ିଥିବା ନେଇ ସ୍ଥାନୀୟ ଲୋକେ ହିଞ୍ଜିଳି ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ପ୍ରତ୍ୟକ୍ଷଦର୍ଶିୀଙ୍କ ବୟାନ ସଂଗ୍ରହ କରିଥିଲା । ପରେ ମୃତକଙ୍କ ପିରବାର ପକ୍ଷରୁ ହୋଇଥିବା ଅଭିଯୋଗ ଆଧାରରେ ଏକ ମାମଲା ରୁଜ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଥିଲା ପୋଲିସ । ତେବେ ଆଜି ହତ୍ୟାକାଣ୍ଡ ଘଟାଇଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଇଛି । ଏନେଇ ହିଞ୍ଜିଳି ପୋଲିସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆସିକା ଏସଡିପିଓ ସୂଚନା ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.