ETV Bharat / city

ଏମ୍‌କେସିଜି ଅକ୍ସିଜେନ ପ୍ଲାଣ୍ଟରେ ଭର୍ତ୍ତି କରାଯାଉଛି ୧୫ ହଜାର ଲିଟର ଲିକ୍ୱିଡ ଅକ୍ସିଜେନ - ଏମ୍‌କେସିଜି ଅକ୍ସିଜେନ ପ୍ଲାଣ୍ଟ

ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ପରିସରର ଅକ୍ସିଜେନ୍‌ ପ୍ଲାଣ୍ଟରେ ଭର୍ତ୍ତି କରାଯାଉଛି ୧୫ ହଜାର ଲିଟର ଲିକ୍ୱିଡ ଅକ୍ସିଜେନ୍ । ଏହାର ଷ୍ଟୋରେଜ ପରିମାଣ ୨୦ ହଜାର ଲିଟର ରହିଛି । ଅଧିକ ପଢନ୍ତୁ...

ଏମ୍‌କେସିଜି ଅକ୍ସିଜେନ ପ୍ଲାଣ୍ଟରେ ଭର୍ତ୍ତି କରାଯାଉଛି  ୧୫ ହଜାର ଲିଟର ଲିକ୍ୟୁଡ୍ ଅକ୍ସିଜେନ

author img

By

Published : May 24, 2021, 10:11 PM IST

Updated : May 24, 2021, 10:59 PM IST

ବ୍ରହ୍ମପୁର: ଗତ ୨୦ରେ ଉଦଘାଟିତ ହୋଇଥିବା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ପରିସରର ଅକ୍ସିଜେନ୍‌ ପ୍ଲାଣ୍ଟରେ ଭର୍ତ୍ତି କରାଯାଉଛି ୧୫ ହଜାର ଲିଟର ଲିକ୍ୱିଡ ଅକ୍ସିଜେନ୍ । ଏହାର ଷ୍ଟୋରେଜ ପରିମାଣ ୨୦ ହଜାର ଲିଟର ରହିଥିବା ବେଳେ ଯାଜପୁରରୁ ବ୍ରହ୍ମପୁର ଆସିଥିବା ଏକ ଟ୍ୟାଙ୍କରରୁ ଏହି ଅକ୍ସିଜେନ୍ ଏମ୍.କେ.ସି.ଜି ପରିସରରେ ପ୍ରତିଷ୍ଠା ହୋଇଥିବା ଏହି ପ୍ଲାଣ୍ଟ ପରିସରରେ ପ୍ରଥମଥର ପାଇଁ ଫିଲିଙ୍ଗ୍ କରାଯାଉଛି ।

ଏମ୍‌କେସିଜି ଅକ୍ସିଜେନ ପ୍ଲାଣ୍ଟରେ ଭର୍ତ୍ତି କରାଯାଉଛି ୧୫ ହଜାର ଲିଟର ଲିକ୍ୱିଡ ଅକ୍ସିଜେନ

ଲିକ୍ୱିଡ ଅକ୍ସିଜେନ୍ ଟ୍ୟାଙ୍କର ବ୍ରହ୍ମପୁର ଏମକେସିଜିରେ ପହଞ୍ଚିବା ପରେ ଟ୍ୟାଙ୍କରଟି ୧୫ ହଜାର ଲିଟର ବିଶିଷ୍ଟ ହୋଇଥିବା ଯୋଗୁଁ ବର୍ତ୍ତମାନ ୧୫ ହଜାର ଲିଟର ଲିକ୍ୱିଡ ପ୍ଲାଣ୍ଟରେ ଫିଲିଙ୍ଗ୍ କରାଯାଇଛି । ପରେ ସେହି ଲିକ୍ୟୁଡ୍ ଅକ୍ସିଜେନ୍‌କୁ ନିୟମ ଅନୁଯାୟୀ କୌଶଳରେ ଚାପ ଦେଇ ସେଥ୍‌ରୁ ଅକ୍ସିଜେନ୍ ବାହାର କରାଯାଇ ରୋଗୀଙ୍କ ନିକଟକୁ ପାଇପ୍‌ ଯୋଗେ ପଠାଯିବ। ଏଥି ନିମନ୍ତେ କପର ପାଇପ ମଧ୍ୟ ଡିସିଏଚ୍-୨ରେ ସଂଯୋଗ କରାଯାଇଛି।

ପରେ ନିୟମିତ ବ୍ୟବଧାନରେ ସ୍ଥାପନ ହୋଇଥିବା ଟ୍ୟାଙ୍କରରେ ଲିକ୍ୱିଡ ଅକ୍ସିଜେନ୍ ଭର୍ତ୍ତି ହେବା ସହିତ ପରବର୍ତ୍ତି ପର୍ଯ୍ୟାୟରେ ତାହା ଅକ୍ସିଜେନ ହୋଇ ରୋଗୀଙ୍କ ନିକଟରେ ପହଞ୍ଚିବ। ପ୍ରାଥମିକ ପର୍ଯ୍ୟାୟରେ ଡିସିଏଚ୍-୨ର ରୋଗୀଙ୍କ ନିକଟରେ ଅକ୍ସିଜେନ୍ ପହଞ୍ଚିବା ସହ ପରବର୍ତ୍ତୀ ସମୟରେ ଡିସିଏଚ୍-୧ର ରୋଗୀଙ୍କ ନିକଟରେ ତାହା ପହଞ୍ଚିବ। ଏଠାରେ ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ପରେ ଏମକେସିଜି ପାଇଁ ଅକ୍ସିଜେନ୍ ସମସ୍ୟା ଆଉ ରହିବ ନାହିଁ ବୋଲି କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : May 24, 2021, 10:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.