ବ୍ରହ୍ମପୁର: ଗଞ୍ଜାମରେ କୋରୋନା କାଳରେ ମନ୍ଦିର ପ୍ରତିଷ୍ଠାରେ ଶହ ଶହ ମହିଳା ଓ ପୁରୁଷଙ୍କୁ ଏକତ୍ରିତ କରି କଳସ ଯାତ୍ରା କରିବାର ଭିଡିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ । ଯାହାକି ଜିଲ୍ଲାର ଶେରଗଡ ବ୍ଳକର କୃଷ୍ଣଛାଇ ଗ୍ରାମରେ ପ୍ରଶାସନ ପକ୍ଷରୁ ଶେଷରେ ଜାରି କରାଯାଇଛି ୧୪୪ ଧାରା ।
ଏପରିକି କଳସ ଯାତ୍ରାର ଭିଡିଓ ଭାଇରାଲ ପରେ ପ୍ରତିଷ୍ଠା ପାଇଁ ରହିଥିବା ଲକ୍ଷ୍ମୀ ନାରାୟଣ ମନ୍ଦିରକୁ ପୋଲିସ ପ୍ରଶାସନର ଉପସ୍ଥିତିରେ ସିଲ୍ କରାଯାଇଛି । ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଗ୍ରାମବାସୀଙ୍କୁ ଏ ନେଇ ପଦକ୍ଷେପ ନିଆଯାଇଥିବା ନେଇ ସୂଚନା ଦିଆଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ