ETV Bharat / city

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର; ଜଣେ ମହିଳା ମୃତ, ଦୁଇ ଗୁରୁତର

ଇଟା ବୋଝେଇ ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟିଲା ଟ୍ରାକ୍ଟର । ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଏବଂ ଡ୍ରାଇଭର ସମେତ ୨ ଜଣ ଗୁରୁତର। ବାରିପଦା ଟାଉନ ଥାନା ଚିପଟ ଅସ୍ତିଆରେ ଘଟିଛି ଏହି ଦୁର୍ଘଟଣା । ଅଧିକ ପଢନ୍ତୁ...

author img

By

Published : Jan 8, 2021, 9:57 PM IST

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ଜଣେ ମହିଳା ମୃତ, ଦୁଇ ଗୁରୁତର

ବାରିପଦା : ଜିଲ୍ଲାର ବାରିପଦା ଟାଉନ ଥାନା ଅନ୍ତର୍ଗତ ଚିପଟ ଅସ୍ତିଆରେ ଆଜି(ଶୁକ୍ରବାର) ଏକ ଇଟା ବୋଝେଇ ଟ୍ରାକ୍ଟର ଗାଙ୍ଗରାଜ ପଟୁ ବାରିପଦା ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଥିବା ଏକ ଘରକୁ ଧକ୍କା ଦେଇଥିଲା । ତେବେ ଘଟଣା ସ୍ଥଳରେ ଟ୍ରାକ୍ଟରରେ ଥିବା ୩ ଜଣ ଶ୍ରମିକଙ୍କ ମଧ୍ୟରୁ ଜଣେ ମହିଳା ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଓ ଅନ୍ୟ ଜଣେ ଶ୍ରମିକ ଗୁରୁତର ଅବସ୍ଥାରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।

ମୃତ ମହିଳା ଜଣକ ହେଲେ ଯଶୀପୁର ଅଞ୍ଚଳର ବୁଦ୍ଧିନୀ ସିଂ ଏବଂ ଗୁରୁତର ଦୁଇଜଣ ହେଲେ ଯଶୀପୁର ଅଞ୍ଚଳର ଖୁଦୁରାମ ସିଂ ଓ ବିଶୋଇ ଅଞ୍ଚଳର ଫଗୁରାମ ମାଝୀ । ଏମାନେ ଗତ ୭ ରୁ ୮ ବର୍ଷ ହେଲାଣି ଏଠାରେ ଇଟା ଭାଟିରେ କାମ କରୁଥିବାର ଜଣା ପଡ଼ିଛି । ତେବେ ଦୁର୍ଘଟଣାରେ ଘର ଭିତରେ ଥିବା ଲୋକ ବର୍ତ୍ତି ଯାଇଥିବା ବେଳେ ଘରଟି ଭାଙ୍ଗି ଯାଇଛି । ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.