ETV Bharat / city

ବନବିଭାଗ ହାତରେ ଝାଡଖଣ୍ଡୀ ଦନ୍ତାର ଭଙ୍ଗା ଦାନ୍ତ - ମୟୂରଭଞ୍ଜରୁ ଦନ୍ତାର ଭଙ୍ଗା ଦାନ୍ତ ଜବତ

ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ମୋରଡ଼ା-ବାଘଡା ମୁଖ୍ୟ ରାସ୍ତା ଭାତଛତର ନିକଟରୁ ଝାଡଖଣ୍ଡୀ ଦନ୍ତାର ଭଙ୍ଗା ଦାନ୍ତ ଜବତ କରିଛି ବନବିଭାଗ । ଅଧିକ ପଢନ୍ତୁ...

ବନବିଭାଗ ହାତରେ ଝାଡଖଣ୍ଡି ଦନ୍ତାର ଭଙ୍ଗା ଦାନ୍ତ

author img

By

Published : Nov 30, 2020, 5:18 PM IST

ବାରିପଡା: ଝାଡଖଣ୍ଡୀ ଦନ୍ତାର ଭଙ୍ଗା ଦାନ୍ତ ଜବତ । ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ମୋରଡ଼ା-ବାଘଡା ମୁଖ୍ୟ ରାସ୍ତା ଭାତଛତର ନିକଟରୁ ଝାଡଖଣ୍ଡୀ ଦନ୍ତାର ଭଙ୍ଗା ଦାନ୍ତ ଜବତ କରିଛି ବନବିଭାଗ ।

ବନବିଭାଗ ହାତରେ ଝାଡଖଣ୍ଡି ଦନ୍ତାର ଭଙ୍ଗା ଦାନ୍ତ

ଝାଡଖଣ୍ଡ ଦଲମା ଜଙ୍ଗଲରୁ ଆସିଥିବା ୪୦ରୁ ଉର୍ଦ୍ଧ୍ବ ହାତୀ ପଶ୍ଚିମବଙ୍ଗ ଅଞ୍ଚଳକୁ ବାହୁଡ଼ି ଯାଇଥିବା ବେଳେ ଏକ ଦନ୍ତା ହାତୀର ଦାନ୍ତର ଅଗ୍ର ଭାଗଟି ରାସ୍ତା ଉପରେ ଭାଙ୍ଗି ପଡିଯାଇଥିଲା । ଦନ୍ତାର ଭଙ୍ଗା ଦାନ୍ତକୁ ବନବିଭାଗ ଉଦ୍ଧାର କରିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ମୋରଡ଼ା-ବାଘଡ଼ା ମୁଖ୍ୟ ରାସ୍ତାର ଭାତଛତର ଜଙ୍ଗଲ ପାଖରେ ଦନ୍ତାଟି ରାସ୍ତା ଉପରେ ଦାନ୍ତଟିକୁ ଘସୁଥିବା ସମୟରେ ହଠାତ ଦନ୍ତାର ଦାନ୍ତ ଭାଙ୍ଗି ପଡିଯାଇଥିଲା । ରାସଗୋବିନ୍ଦପୁର ରେଞ୍ଜ ବନ ବିଭାଗର କର୍ମଚାରୀମାନେ ଦନ୍ତାର ଭଙ୍ଗା ଦାନ୍ତକୁ ଜବତ କରିବା ସହ ଏସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଛନ୍ତି । ଭଙ୍ଗା ଦାନ୍ତର ଓଜନ ପାଖାପାଖି ୨୦୦ ଗ୍ରାମ ହେବ ବୋଲି ବନବିଭାଗ ସୂଚନା ଦେଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.