ବାରିପଦା: ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗର ସଚିବ ବୃନ୍ଦାବନ ବେହେରା । କୋରୋନା ମହାମାରୀ ସମୟରେ ମୟୂରଭଞ୍ଜ ଜିଲ୍ଲାର ବାରିପଦା, ବେତନଟୀ ବ୍ଲକ ସମେତ ବିଭିନ୍ନ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ ଓ ଭୋକେସନାଲ ବିଦ୍ୟାଳୟ ଗୁଡିକୁ ନିଜେ ବୁଲି ସମୀକ୍ଷା କରିଛନ୍ତି ।
ତେବେ ଦୀର୍ଘ ମାସ ପରେ ବିଦ୍ୟାଳୟ ଖୋଲିଥିବା ବେଳେ ରାଜ୍ୟ ସରକାରଙ୍କ କୋରୋନା କଟକଣା ନିୟମ ଅନୁଯାୟୀ ବିଦ୍ୟାଳୟ ମାନଙ୍କରେ କିଭଳି ଭାବରେ ଛାତ୍ରଛାତ୍ରୀ ଶିକ୍ଷା ଲାଭ ସହ ଶିକ୍ଷକ ଶିକ୍ଷକତା କରୁଛନ୍ତି ତାହାର ସ୍ଥିତି ପରଖିଥିଲେ । କୋରୋନା ମହାମାରୀ ଯୋଗୁଁ ଯେପରି ଶିକ୍ଷା ବ୍ୟବସ୍ଥା ବାଧାପ୍ରାପ୍ତ ନହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହି ଦୁଇଦିନିଆ ଗସ୍ତ ସମୟରେ ତାଙ୍କ ସହ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାଏକ ଉପସ୍ଥିତ ରହି ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ସମ୍ବନ୍ଧରେ ଅବଗତ କରାଇଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ