ETV Bharat / city

Rare Operation: ବାରିପଦାରେ ବିରଳ ଅସ୍ତ୍ରୋପଚାର, ଯୁବକଙ୍କ ପେଟରୁ ବାହାରିଲା ଭୃଣ - ଯୁବକଙ୍କ ପେଟରୁ ବାହାରିଲା ଦାନ୍ତ ଚୁଟି

ସଫଳ ହେଲା ବିରଳ ଅସ୍ତ୍ରୋପଚାର(Rare Operation) । ଯୁବକଙ୍କ ପେଟରୁ ବାହାରିଲା ମଣିଷ ଦାନ୍ତ ଓ ଚୁଟି । ଅଧିକ ପଢନ୍ତୁ

Rare Operation: ବାରିପଦାରେ ବିରଳ ଅସ୍ତ୍ରୋପଚାର, ଯୁବକଙ୍କ ପେଟରୁ ବାହାରିଲା ଦାନ୍ତ ଓ ଚୁଟି ମିଶା ମାଂସପିଣ୍ଡୁଳା

author img

By

Published : Dec 3, 2021, 8:42 AM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଯୁବକଙ୍କ ହୋଇଛି ବିରଳ ଅସ୍ତ୍ରୋପଚାର(Rare Operation) । ଅସ୍ତ୍ରୋପଚାରରେ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଜନୈକ ଯୁବକଙ୍କ ପେଟରୁ ଦାନ୍ତ ଓ ଚୁଟି ମିଶା ଥିବା ଏକ ବଡ଼ ମାଂସ ପିଣ୍ଡୁଳା ବାହାରିଛି । ଉକ୍ତ ଅସ୍ତ୍ରୋପଚାରଟି ବାରିପଦା ସ୍ଥିତ ସାଇ ହସ୍ପିଟାଲ(Sai Hospital Baripada)ରେ ହେବା ସହ ସଫଳ ମଧ୍ୟ ହୋଇଛି ।

Rare Operation: ବାରିପଦାରେ ବିରଳ ଅସ୍ତ୍ରୋପଚାର, ଯୁବକଙ୍କ ପେଟରେ ଥିଲା ମଣିଷ ଭୃଣ

ସୂଚନା ଅନୁଯାୟୀ, ଉକ୍ତ ଯୁବକଙ୍କ ପେଟ ଦୀର୍ଘ ୨୩ ବର୍ଷ ଧରି ବୃଦ୍ଧି ପାଇବାରେ ଲାଗିଥିଲା ଏହାକୁ ନେଇ ଅସ୍ତ୍ରୋପଚାର କରିବା ପରେ ଏକ ୧ କିଲୋ ୨୦୦ ଗ୍ରାମର ମାଂସ ପିଣ୍ଡୁଳା ମଧ୍ୟରେ ରହିଥିବା ମଣିଷ ଆକୃତିର ଦାନ୍ତ ଓ ଚୁଟି ସହ ବହୁ ପରିମାଣର ପୂଜକୁ ବାହାର କରିଛନ୍ତି ଡାକ୍ତର । ବର୍ତ୍ତମାନ ଉକ୍ତ ଯୁବକଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି । ଏହା ଏକ ବିରଳ ଅସ୍ତ୍ରୋପଚାର ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି । ଯୁବକ ଜଣକ ଜନ୍ମ ହେବାର ଗୋଟିଏ ବର୍ଷ ପରେ ତାଙ୍କ ପେଟରେ ଏକ ମାଂସ ପିଣ୍ଡୁଳା ବୃଦ୍ଧି ପାଇଥିଲା । ୨୩ ବର୍ଷ ଧରି ମାଂସ ପିଣ୍ଡୁଳା ବୃଦ୍ଧି ପାଇବାରୁ ଯୁବକଙ୍କ ପେଟଟି ମଧ୍ୟ ବୃଦ୍ଧି ପାଉଥିଲା । ପରେ ତାଙ୍କ ବାପା-ମାଆ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ମାତ୍ର ରୋଗର କାରଣ ଜଣା ନ ପଡିବାରୁ ସେ କଟକ ବଡ ମେଡିକାଲକୁ ନେଇ ଚିକିତ୍ସା କରାଇଥିଲେ ।

ଯୁବକଙ୍କ ପେଟରେ ବୃଦ୍ଧି ପାଉଥିବା ମାଂସ ପିଣ୍ଡୁଳାରେ କ୍ୟାନ୍ସର ହୋଇଥିବା ନେଇ ଡାକ୍ତର ଜଣାଇବା ପରେ ପରିବାର ଲୋକେ କ୍ୟାନ୍ସର ଡାକ୍ତରଖାନାକୁ ମଧ୍ୟ ନେଇ ପରୀକ୍ଷା ନୀରିକ୍ଷା କରାଇଥିଲେ । ଅସ୍ତ୍ରୋପଚାର ପରେ ରୋଗୀଙ୍କ ବଞ୍ଚିବାକୁ ନେଇ ଡାକ୍ତରମାନେ ଦ୍ବନ୍ଦ୍ବରେ ରହୁଥିଲେ । ରୋଗୀଙ୍କ ବାପା ବନମାଳୀ ମହାନ୍ତ ନିରୁପାୟ ହୋଇ ବାରିପଦା ସାଇ ହସ୍ପିଟାଲର ସତ୍ୱାଧିକାରୀଙ୍କୁ ପୁଅର ରୋଗ ସମ୍ପର୍କରେ ଜଣାଇଥିଲେ । ପରବର୍ତ୍ତୀ ସମୟରେ ହସ୍ପିଟାଲ କର୍ତ୍ତୃପକ୍ଷ ରୋଗର କାରଣ ବାହାର କରିବା ପରେ ଅସ୍ତ୍ରପୋଚାର ମାଧ୍ୟମରେ ଯୁବକଙ୍କୁ ଏକ ନୂଆ ଜୀବନ ମିଳିପାରିବ ବୋଲି ଆଶ୍ବାସନା ଦେଇଥିଲେ । ଏହାକୁ ନେଇ ଏସ୍‌ସିବି ମେଡିକାଲ କଲେଜ(SCB Medical College And Hospital)ର ସିନିଅର ଅସ୍ତ୍ରପୋଚାର ଡାକ୍ତର ଦୀପକ ରଞ୍ଜନ ନାୟକ ଓ ହସ୍ପିଟାଲର କର୍ମଚାରୀଙ୍କୁ ନେଇ ଏକ ଟିମ ବାରିପଦା ସାଇ ହସ୍ପିଟାଲରେ ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟରେ ଅସ୍ତ୍ରୋପଚାର ଆରମ୍ଭ କରିଥିଲେ । ଦୀର୍ଘ ୪ ଘଣ୍ଟା ଧରି ଅସ୍ତ୍ରୋପଚାର କରିବା ପରେ ଯୁବକଙ୍କ ପେଟରେ ଥିବା ମାଂସ ପିଣ୍ଡୁଳା ମଧ୍ୟରୁ ମଣିଷାକୃତିର ମସ୍ତିଷ୍କ, ୬ଟି ଦାନ୍ତ ଓ କିଛି ଲମ୍ବା ଲମ୍ବା ଚୁଟି ବାହାର କରିଥିଲେ । ତେବେ ଏହା ଟେରାଟୋମା(Teratoma Disease) ବା ଏକ ବିରଳ ଟ୍ୟୁମର ବୋଲି ସତ୍ୱାଧିକାରୀ ଲକ୍ଷ୍ମୀକାନ୍ତ ପତି କହିଛନ୍ତି । ମାତୃଗର୍ଭରେ ଯମଜ ସନ୍ତାନର ଭୃଣ ମଧ୍ୟରୁ ଗୋଟିଏ ସନ୍ତାନର ପେଟ ମଧ୍ୟରେ ଅନ୍ୟ ଭୃଣଟି ରହିଯାଇଥିବାରୁ ଏଭଳି ବିରଳ ଘଟଣା ଦେଖିବାକୁ ମିଳିଥିବା ସେ କହିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.