ETV Bharat / city

ହରିଣ ପାଇଁ ଦେବଦୂତ ସାଜିଲେ ବିନୋଦ - ମୟୂରଭଞ୍ଜରୁ ହରିଣ ଉଦ୍ଧାର

ମୟୂରଭଞ୍ଜ ଜିଲ୍ଲା ଶ୍ୟାମଖୁଣ୍ଟା ବ୍ଲକ ଅଧିନ ଦନାମରା ଗ୍ରାମର ବିନୋଦ କୁମାର ବେହେରା ରବିବାର ଏକ ହରିଣକୁ ଶିକାରୀଙ୍କ କବଳରୁ ଉଦ୍ଧାର କରିଛନ୍ତି । ଅଧିକ ପଢନ୍ତୁ...

ହରିଣ ପାଇଁ ଦେବଦୂତ ସାଜିଲେ ବିନୋଦ
ହରିଣ ପାଇଁ ଦେବଦୂତ ସାଜିଲେ ବିନୋଦ
author img

By

Published : Jun 27, 2021, 8:57 PM IST

ବାରିପଦା: ହରିଣ ପାଇଁ ଦେବଦୂତ ସାଜିଲେ ବିନୋଦ । ମୟୂରଭଞ୍ଜ ଜିଲ୍ଲା ଶ୍ୟାମଖୁଣ୍ଟା ବ୍ଲକ ଅଧିନ ଦନାମରା ଗ୍ରାମର ବିନୋଦ କୁମାର ବେହେରା ରବିବାର ଏକ ହରିଣକୁ ଶିକାରୀଙ୍କ କବଳରୁ ଉଦ୍ଧାର କରିଛନ୍ତି ।

ହରିଣ ପାଇଁ ଦେବଦୂତ ସାଜିଲେ ବିନୋଦ

ସୂଚନା ଅନୁଯାୟୀ, ରବିବାର ହରିଣଟି ବିନୋଦଙ୍କ ଘର ବାଡ଼ରେ ଲଗାଯାଇଥିବା ଜାଲରେ ଗୁଡ଼ାଇ ହୋଇଯାଇଥିବା ସେ ଦେଖିବାକୁ ପାଇଥିଲେ। ସେହି ସମୟରେ କିଛି ଲୋକ ହରିଣଟିର ଶିକାର ପାଇଁ ଚେଷ୍ଟାରେ ଥିବା ସେ ଦେଖିବାକୁ ପାଇଥିଲେ ।

ଏହାପରେ ସେ ହରିଣଟିକୁ ଜାଲରୁ ଉଦ୍ଧାର କରି ତାଙ୍କ ଘରେ ରଖିବା ସହ ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ କର୍ମଚାରୀ ତାଙ୍କ ଘରେ ପହଞ୍ଚି ହରିଣଟିକୁ ଉଦ୍ଧାର କରି ଶିମିଳିପାଳ ଜଙ୍ଗଲରେ ଛାଡି ଦେଇଥିବାର ସୂଚନା ମିଳିଛି । ତେବେ ବିନୋଦଙ୍କ ପାଇଁ ଜଣେ ନିରୀହ ପଶୁ ନୂଆ ଜୀବନ ପାଇପାରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.